ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଗୁରୁବାର ଟ୍ରମ୍ପ୍‌-ବାଇଡେନ୍‌ଙ୍କ ଶେଷ ମୁହାଁମୁହିଁ ବିତର୍କ

Advertisment
ସେୟ‌ାର ବଜାରକୁ ପ୍ରଭାବିତ କରିପାରେ ଆମେରିକା ନିର୍ବାଚନ ଫଳାଫଳ

DNA India

ଓ୍ୱାସିଂଟନ : ଆସନ୍ତା ୩ ତାରିଖ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ଓ ରିପବ୍ଲିକାନ୍‌ ଦଳ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଆସନ୍ତା ଗୁରୁବାର ଶେଷ ମୁହାଁମୁହିଁ ବିତର୍କ ଅନୁଷ୍ଠିତ ହେବ। ବିଭିନ୍ନ ଜନମତ ସର୍ବେକ୍ଷଣରୁ ଅଳ୍ପ ବ୍ୟବଧାନରେ ହେଉ ପଛକେ ପ୍ରମୁଖ ରାଜ୍ୟମାନଙ୍କରେ ବାଇଡେନ୍‌ଙ୍କ ଠାରୁ ଟ୍ରମ୍ପ୍‌ ପଛରେ ପଡ଼ିଯାଇଛନ୍ତି। ତେବେ ଦ୍ବିତୀୟ ଥର ପାଇଁ ହ୍ବାଇଟ୍‌ ହାଉସ ଦଖଲ କରିନପାରିବା ଆଶଙ୍କାରେ ଟ୍ରମ୍ପ୍‌ ନିଜର ଭାଷଣକୁ ଅଧିକ ଆକ୍ରମଣାତ୍ମକ କରିବା ପାଇଁ ତାଙ୍କ ଉପଦେଷ୍ଟାମାନେ ପରାମର୍ଶ କରିଛନ୍ତି।

ଗୁରୁବାର ପ୍ରାର୍ଥୀ ଦ୍ବୟଙ୍କ ମଧ୍ୟରେ ହେବାକୁ ଥିବା ଶେଷ ବିତର୍କ ହିଁ ନିର୍ବାଚନ ଫଳାଫଳକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ରାଜନୀତି ବିଶାରଦଙ୍କ ମତ। ଉଭୟ ପ୍ରାର୍ଥୀ ପରସ୍ପର ବିରୋଧରେ ନକାରାତ୍ମକ ଅଭିଯୋଗ ଆଣିଥିବା ବେଳେ ସେହି ଶେଷ ବିତର୍କ ଉପରେ ସାରା ଆମେରିକାବାସୀଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe