ୟୁଏଇ ପାକିସ୍ତାନକୁ ଦେଲା ବଡ ଝଟକା, ବାତିଲ କଲା ନିଯୁକ୍ତି ଭିସା

Advertisment
ୟୁଏଇ ପାକିସ୍ତାନକୁ ଦେଲା ବଡ ଝଟକା, ବାତିଲ କଲା ନିଯୁକ୍ତି ଭିସା

photo-aajtak

ଦୁବାଇ: ୟୁଏଇ ପାକିସ୍ତାନକୁ ଏକ ବଡ ଝଟକା ଦେଇଛି। ୟୁଏଇ ପାକିସ୍ତାନ ସମେତ ୧୩ଟି ମୁସଲମାନ ଦେଶ ପାଇଁ ନିଯୁକ୍ତି ଭିସା ବାତିଲ କରିଛି | ଏହା ପୂର୍ବରୁ କୁହାଯାଇଥିଲା ଯେ ପାକିସ୍ତାନ ସମେତ ୧୩ଟି ମୁସଲମାନ ଦେଶ ପାଇଁ କେବଳ ପର୍ଯ୍ୟଟକ ଭିସା ବାତିଲ କରାଯିବ। କିନ୍ତୁ ୟୁଏଇ ନିଯୁକ୍ତି ଭିସା ବାତିଲ କରିଥିବାରୁ ଏହା ପାକିସ୍ତାନରେ ବଡ ପ୍ରଭାବ ପକାଇବ | କାରଣ ୟୁଏଇରେ ବହୁ ସଂଖ୍ୟକ ପାକିସ୍ତାନୀ ଶ୍ରମିକ ଅଛନ୍ତି। ପ୍ରତିବର୍ଷ ପାକିସ୍ତାନରୁ ବହୁ ସଂଖ୍ୟକ ଲୋକ ଚାକିରି ପାଇଁ ୟୁଏଇକୁ ଯାଇଥାନ୍ତି। ୟୁଏଇରୁ ପାକିସ୍ତାନର ଶ୍ରମିକମାନେ ଘର ପାଇଁ ମଧ୍ୟ ପର୍ଯ୍ୟାପ୍ତ ଟଙ୍କା ପଠାଇଥାନ୍ତି |

ଆଉ ନିଯୁକ୍ତି ଭିସା ବାତିଲ ହେବା ପରେ ପାକିସ୍ତାନର ଅନେକ ନିଯୁକ୍ତି ଏଜେନ୍ସି ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଏହା ଦେଶର ଅର୍ଥନୀତି ଉପରେ ବହୁତ ଖରାପ ପ୍ରଭାବ ପକାଇବ। ସୂଚନା ମୁତାବକ ୟୁଏଇ କାଶ୍ମୀର ପ୍ରସଙ୍ଗରେ ଭାରତ ସହ ଛିଡା ହୋଇଥିବାରୁ ଅନେକ ଥର ପାକିସ୍ତାନ ନିଜର ଅସନ୍ତୋଷ ବ୍ୟକ୍ତ କରିଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି ମଧ୍ୟ ସାଉଦି ଆରବକୁ ଧମକ ଦେଇଥିଲେ ଯେ, ଯଦି କାଶ୍ମୀର ପ୍ରସଙ୍ଗରେ ୟୁଏଇ ସମର୍ଥନ ନ କରିବ, ତେବେ ପାକିସ୍ତାନ କାଶ୍ମୀରକୁ ସମର୍ଥନ କରୁଥିବା ମୁସଲମାନ ଦେଶମାନଙ୍କର ଏକ ପୃଥକ ଦଳ ସହିତ ସମ୍ପର୍କ ରଖିବ । ଆଉ ଏହା ପରେ ପାକିସ୍ତାନ ଏବଂ ସାଉଦି ମଧ୍ୟରେ ସମ୍ପର୍କ ମଧ୍ୟ ଖରାପ ହୋଇଯାଇଥିଲା। ଯାହାକୁ ନେଇ ୟୁଏଇ ଏଭଳି ଏକ ବଡ ପଦକ୍ଷେପ ନେଇଛି, ଯାହାକି ପାକିସ୍ତାନର ଅର୍ଥନୀତିରେ ପ୍ରଭାବ ପକାଇପାରେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe