ପାକିସ୍ତାନ ସମେତ ୧୨ଟି ଦେଶ ପାଇଁ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିିଲା ୟୁଏଇ

ପାକିସ୍ତାନ ସମେତ ୧୨ଟି ଦେଶ ପାଇଁ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିିଲା ୟୁଏଇ

ndtv

ଇସ୍‌ଲାମାବାଦ:  ୟୁନାଇଟେଡ୍ ଆରବ ଏମିରେଟସ୍ ( ୟୁଏଇ) ବୁଧବାର ଦିନ ପାକିସ୍ତାନ ଏବଂ ଅନ୍ୟ ୧୧ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ନୂତନ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିଛି। ଏ ନେଇ ୟୁଏଇର ବୈଦେଶିକ ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।  କୋଭିଡ-୧୯ର ଦ୍ୱିତୀୟ ଲହରୀକୁ ଆଖି ଆଗରେ ରଖି ୟୁଏଇ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଜାହିଦ୍ ହାଫିଜ ଚୌଧରୀ।

UAE suspends visit visas for Pakistan, 11 other countries DNA India

ସେ କହିଛନ୍ତି ଯେ, ପାକିସ୍ତାନ ସମେତ ୧୨ଟି ଦେଶ ପାଇଁ ପରବର୍ତ୍ତୀ ଘୋଷଣା ନ ହେବା ପର୍ଯ୍ୟନ୍ତ ୟୁଏଇ ନୂତନ ଗସ୍ତ ଭିସା ପ୍ରଦାନକୁ ସାମୟିକ ଭାବେ ସ୍ଥଗିତ ରଖିଛି । ତେବେ ପୂର୍ବରୁ ଦିଆଯାଇଥିବା ଭିସା ଉପରେ ଏହି ନିୟମ ଲାଗୁ ହେବ ନାହିଁ । ସାମୟିକ ସ୍ଥଗିତ ଦ୍ୱାରା କେତେ ବର୍ଗର ଭିସା ପ୍ରଭାବିତ ହେବ ତାହା ସ୍ପଷ୍ଟ ହୋଇନାହିଁ। ୟୁଏଇରେ ବ୍ୟବସାୟ, ପର୍ଯ୍ୟଟନ, ଗମନାଗମନ ଏବଂ ଛାତ୍ର ସମେତ ବିଭିନ୍ନ ଭିସା ବର୍ଗ ରହିଛି | ପାକିସ୍ତାନ ସହ ତୁର୍କୀ, ଇରାନ, ୟେମେନ, ସିରିଆ, ଇରାକ, ସୋମାଲିଆ, ଲିବିୟା, କେନିଆ ଏବଂ ଆଫଗାନିସ୍ତାନକୁ ଏହି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe