ଶୀଘ୍ର ଆସ ବାବୁ ! କ୍ୟାବ୍ ବୁକ୍ କରିବା ପରେ ଏଭଳି ମେସେଜ୍ କଲା ବାବୁ

କ୍ୟାବ୍ ବୁକ୍ କରିବା ପରେ ମହିଳାଙ୍କୁ ଅଶ୍ଲୀଳ ମେସେଜ କଲା ଚାଳକ। ଅଭିଯୋଗ କରିବାରୁ ଚାଲିଗଲା ଚାକିରି। ଦିଲ୍ଲୀରେ ପେସାରେ ଓକିଲ ଥିବା ତାନ୍ୟାଙ୍କ ଶର୍ମାଙ୍କ ସହ ଏହି ଘଟଣା ଘଟିଛି।

tuberrr

ନୂଆଦିଲ୍ଲୀ: "ଦୟାକରି ଶୀଘ୍ର ଆସ ବାବୁ। ବହୁତ ଇଚ୍ଛା ହେଉଛି...।" କ୍ୟାବ୍ ବୁକ୍ କରିବା ପରେ ମହିଳାଙ୍କୁ ଏଭଳି ମେସେଜ କଲା ଚାଳକ। ଅଭିଯୋଗ କରିବାରୁ ଚାଲିଗଲା ଚାକିରି। ଦିଲ୍ଲୀରେ ପେସାରେ ଓକିଲ ଥିବା ତାନ୍ୟାଙ୍କ ଶର୍ମାଙ୍କ ସହ ଏହି ଘଟଣା ଘଟିଛି। ତାନ୍ୟା ଶର୍ମା ଲିଙ୍କଡିନ୍‌ରେ ପୂରା ଘଟଣା ବିଷୟରେ ସେୟାର କରିବା ପରେ ଏବେ ଏହା ଚର୍ଚ୍ଚାରେ ରହିଛି। ଚାଳକ ଅଶ୍ଲୀଳ ମେସେଜ କରୁଥିବା ନେଇ ଅଭିଯୋଗ କରିବା ପରେ ଉବର, ଅଭିଯୁକ୍ତକୁ ସବୁଦିନ ପାଇଁ ବ୍ୟାନ୍ କରିଥିବା ଜଣାପଡ଼ିଛି।

ତାନ୍ୟାଙ୍କ ପୋଷ୍ଟ ମୁତାବକ, "ଆମେ ଏକବିଂଶ ଶତାବ୍ଦୀରେ ପହଞ୍ଚିଛେ। ହେଲେ ଏବେ ବି ଦିଲ୍ଲୀ ଭଳି ସହରରେ ସ୍ପଷ୍ଟ ଦିବାଲୋକରେ ଚାଲିବା ସମୟରେ ଜଣେ ଅଟୋ ଚାଳକ ମଧ୍ୟ ଆପଣଙ୍କୁ ହଇରାଣ କରିପାରେ। ମୁଁ ଘରକୁ ଯିବା ପାଇଁ ଉବର ବୁକ୍ କରିଥିଲି। ୫ମିନିଟ୍ ପରେ ଉବର ଚାଳକ ମୋତେ ଅଶ୍ଲୀଳ ମେସେଜ ପଠାଇବା ଆରମ୍ଭ କରିଥିଲେ। "ଦୟାକରି ଶୀଘ୍ର ଆସ ବାବୁ। ବହୁତ ଇଚ୍ଛା ହେଉଛି...।" ଏଭଳି ମେସେଜ ପାଇବା ପରେ ବୁକିଂ ବାତିଲ କରିଦେଲି ଏବଂ ଚାଳକ ବିରୋଧରେ ଅଭିଯୋଗ ଦାୟର କଲି। ଏଭଳି କିଛି ଘଟିଲେ ଉବର ଇଣ୍ଡିଆ ପୀଡିତଙ୍କୁ ଏକ ସହାନୁଭୂତିପୂର୍ଣ୍ଣ ବାର୍ତ୍ତା ପଠାଇ ଘଟଣାକୁ ଭୁଲିଯାଏ। ଏଭଳି କାମ ଚାଲେ କି?"

ସୂଚନା ମିଳିଛି ଯେ, ଉବର ପ୍ରଥମ ଘଟଣାର ଯାଞ୍ଚ କରିବୁ ବୋଲି କହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ବେଳେ ତାନ୍ୟାଙ୍କ ପୋଷ୍ଟ ଭାଇରାଲ ହେବାରୁ ଉବର, ଡ୍ରାଇଭରକୁ ପ୍ଲାଟଫର୍ମରୁ ସବୁଦିନ ପାଇଁ ଭାବରେ ନିଷେଧ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe