ଉତ୍ତରାଖଣ୍ଡରେ ଲାଗୁହେଲା ୟୁସିସି: ବହୁ ବିବାହ ଓ ‘ହଲାଲା’ ସମ୍ପୂର୍ଣ୍ଣ ନିଷିଦ୍ଧ

Advertisment

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଆଜିଠାରୁ ୟୁନିଫର୍ମ ସିଭିଲ କୋଡ୍ ବା ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହୋଇଛି। ସମସ୍ତ ଧର୍ମରେ ଥିବା ବ୍ୟକ୍ତିଗତ ଆଇନକୁ ମାନକୀକରଣ କରିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି।

Updated On

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଆଜିଠାରୁ ୟୁନିଫର୍ମ ସିଭିଲ କୋଡ୍ ବା ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହୋଇଛି। ସମସ୍ତ ଧର୍ମରେ ଥିବା ବ୍ୟକ୍ତିଗତ ଆଇନକୁ ମାନକୀକରଣ କରିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି।

ଅଦ୍ୟତନ ହୋଇଛି
dgdggddg

The Theorist

ଡେରାଡୁନ: ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଆଜିଠାରୁ ୟୁନିଫର୍ମ ସିଭିଲ କୋଡ୍ ବା ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହୋଇଛି। ସମସ୍ତ ଧର୍ମରେ ଥିବା ବ୍ୟକ୍ତିଗତ ଆଇନକୁ ମାନକୀକରଣ କରିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି। ଆରମ୍ଭରୁ ଏହାକୁ ଉଭୟ ସମର୍ଥନ ଓ ବିରୋଧ ମିଳିଛି। ଏଥିରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ବିବାହଯୋଗ୍ୟ ବୟସ ଓ ସମସ୍ତ ଧର୍ମରେ ଛାଡ଼ପତ୍ର ପାଇଁ ସମାନ ଆଧାର ନିର୍ଦ୍ଧାରଣ କରାଯିବା ସହ ବହୁ ବିବାହ ଓ ‘ହଲାଲା’କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହଲାଲା ହେଉଛି ଏକ ବିବାଦୀୟ ମୁସଲିମ ପ୍ରଥା ଯେଉଁଥିରେ ଛାଡ଼ପତ୍ର (ତଲାକ) ପାଇଥିବା ଜଣେ ସ୍ତ୍ରୀକୁ ସେହି ସ୍ବାମୀଙ୍କ ସହ ପୁନର୍ବିବାହ କରିବାକୁ ହେଲେ ତା’ ପୂର୍ବରୁ ଆଉ ଜଣେ ପୁରୁଷକୁ ବିବାହ କରି ଛାଡ଼ପତ୍ର ଦେବାକୁ ପଡ଼ିଥାଏ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ଉତ୍ତରାଖଣ୍ଡରେ ଏହି ମୁହୂର୍ତ୍ତରୁ ସମାନ ନାଗରିକ ସଂହିତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ଏହି ମୁହୂର୍ତ୍ତରୁ ସମସ୍ତ ଧର୍ମର ମହିଳାଙ୍କୁ ସମାନ ଅଧିକାର ମିଳିଛି। ମୁଖ୍ୟମନ୍ତ୍ରୀ ଧାମୀ ସୋମବାର ଡେରାଡୁନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ କାର୍ଯ୍ୟାଳୟରୁ ୟୁସିସି ପାଇଁ ଏକ ରୁଲ୍‌ସ ମାନୁଆଲ ଓ ଆବେଦନ ପାଇଁ ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି।

fhfh

ୟୁସିସି କ’ଣ?
ୟୁସିସି ଜରିଆରେ ବିଭିନ୍ନ ଧର୍ମରେ ବ୍ୟକ୍ତିଗତ ଆଇନକୁ ମାନକୀକରଣ କରାଯାଇଛି। ଏହା ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଓ ଲିଭ୍ ଇନ୍ ରିଲେସନ୍‌ସିପ୍ ସମେତ ବିଭିନ୍ନ ସାମାଜିକ ସମସ୍ୟାର ସମାଧାନ କରିବ। 
ଉତ୍ତରାଖଣ୍ଡରେ ୟୁସିସି
୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଧାମୀ ପୁନର୍ବାର ନିର୍ବାଚିତ ହେଲେ ୟୁସିସି ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଜୟ ପରେ ସେ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ କମିଟି ଗଠନ କରି ଏହି କୋଡ୍ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ୨.୩ ଲକ୍ଷରୁ ଅଧିକ ନାଗରିକଙ୍କ ମତାମତ ସାମିଲ ଥିଲା। ୭୪୦ ପୃଷ୍ଠାର ଏହି ଡ୍ରାଫ୍ଟକୁ ୨୦୨୪ ଫେବ୍ରୁଆରି ୪ରେ କ୍ୟାବିନେଟ୍ ଅନୁମୋଦନ କରିଥିଲା। ଫେବ୍ରୁଆରି ୬ରେ ଏହା ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଓ ପରଦିନ ପାରିତ ହୋଇଥିଲା। ରାଜ୍ୟପାଳ ଗୁରମିତ ସିଂହ ଫେବ୍ରୁଆରି ୨୮ରେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୧ରେ ଏହି ବିଲ୍‌ରେ ସ୍ୱାକ୍ଷର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡେରାଡୁନ ଗସ୍ତ ଅବସରରେ ଜାନୁଆରି ୨୭ରେ ଉତ୍ତରାଖଣ୍ଡରେ ୟୁସିସି କାର୍ଯ୍ୟକାରୀ ହୋଇଛି।
ୟୁସିସି ଅଧୀନରେ କିଏ ଆସୁଛି?
ଉତ୍ତରାଖଣ୍ଡରେ ଏହି ଆଇନ ସମଗ୍ର ରାଜ୍ୟ ପାଇଁ ଲାଗୁ ହେବା ସହ ଉତ୍ତରାଖଣ୍ଡ ବାହାରେ ରହୁଥିବା ରାଜ୍ୟବାସୀଙ୍କ ଉପରେ ମଧ୍ୟ ଏହା ଲାଗୁ ହୋଇଛି। ତେବେ ଅନୁସୂଚିତ ଜନଜାତିକୁ ୟୁସିସି ମାନଦଣ୍ଡରୁ ମୁକ୍ତ କରାଯାଇଛି।
ଅନଲାଇନ୍ ପୋର୍ଟାଲ
ମୁଖ୍ୟମନ୍ତ୍ରୀ ଆଜି ଶୁଭାରମ୍ଭ କରିଥିବା ଅନଲାଇନ୍ ପୋର୍ଟାଲ ଆସନ୍ତା ସପ୍ତାହରୁ ଉତ୍ତରାଖଣ୍ଡର ନାଗରିକଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ। ଏହାଦ୍ୱାରା ବାସିନ୍ଦାମାନେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ ଅଧିକାର, ଲିଭ୍-ଇନ୍ ରିଲେସନ୍‌ସିପ୍ ଆଦି ପଞ୍ଜୀକରଣ କରିପାରିବେ। ମୋବାଇଲ୍ ଫୋନ୍ ବ୍ୟବହାର କରି ସମ୍ପୂର୍ଣ୍ଣ ପ୍ରକ୍ରିୟା ଘରେ ବସି ସମ୍ପୂର୍ଣ୍ଣ କରାଯାଇପାରିବ। 
ୟୁସିସି ଅଧୀନରେ ବିବାହ
ୟୁସିସିରେ ପୁରୁଷ ଓ ମହିଳାଙ୍କ ପାଇଁ ଆଇନଗତ ବିବାହ ବୟସ ଯଥାକ୍ରମେ ୨୧ ଓ ୧୮ ବର୍ଷ ରଖାଯାଇଛି। ଏଥିରେ ସମସ୍ତ ସମ୍ପ୍ରଦାୟରେ ଉଭୟ ବହୁବିବାହ ଓ ‘ହଲାଲା’କୁ ନିଷେଧ କରାଯାଇଛି। ଧାର୍ମିକ ରୀତିନୀତି କିମ୍ବା ଆଇନଗତ ବ୍ୟବସ୍ଥା ଅନୁଯାୟୀ ବିବାହ ରୀତିନୀତି ସମ୍ପନ୍ନ ହୋଇପାରୁଥିବା ବେଳେ ୬୦ ଦିନ ମଧ୍ୟରେ ପଞ୍ଜୀକରଣ ବାଧ୍ୟତାମୂଳକ। ଲିଭ୍ ଇନ୍ ରିଲେସନ୍‌ସିପ୍ କ୍ଷେତ୍ରରେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଏହି ଆଇନ ଲାଗୁ ହେବାର ୧୮୦ ଦିନ ମଧ୍ୟରେ ମାର୍ଚ୍ଚ ୨୬, ୨୦୧୦ ପୂର୍ବରୁ କିମ୍ବା ଉତ୍ତରାଖଣ୍ଡ ବାହାରେ ହୋଇଥିବା ବିବାହକୁ ପଞ୍ଜୀକରଣ କରାଯାଇପାରିବ। ତେବେ ଏହା ବାଧ୍ୟତାମୂଳକ ନୁହେଁ।
ୟୁସିସି ଅଧୀନରେ ଛାଡ଼ପତ୍ର
ୟୁସିସିରେ ସ୍ୱାମୀ-ସ୍ତ୍ରୀଙ୍କ ଛାଡ଼ପତ୍ରର କାରଣ ଓ ଆଧାର ସମାନ। ଅର୍ଥାତ୍ ସ୍ୱାମୀ ଏବେ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇପାରିବେ ଏବଂ ପତ୍ନୀ ମଧ୍ୟ ସେହି ଆଧାରରେ ଛାଡ଼ପତ୍ର ଦାବି କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe