ଉଦୟପୁର ହତ୍ୟାକାଣ୍ଡ: କୋର୍ଟରେ ହାଜର ହେବା ସମୟରେ ଅଭିଯୁକ୍ତଙ୍କୁ ପିଟିଲେ ଲୋକେ

Advertisment

୧୦ଦିନ ରିମାଣ୍ଡରେ ନେଲା ଏନଆଇଏ

୧୦ଦିନ ରିମାଣ୍ଡରେ ନେଲା ଏନଆଇଏ

ଉଦୟପୁର ହତ୍ୟାକାଣ୍ଡ: କୋର୍ଟରେ ହାଜର ହେବା ସମୟରେ ଅଭିଯୁକ୍ତଙ୍କୁ ପିଟିଲେ ଲୋକେ

ଉଦୟପୁର: ଜୟପୁରସ୍ଥିତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟରେ ଆଜି ହାଜର ହୋଇଥିଲେ ଉଦୟପୁରର ଦର୍ଜି କହ୍ନୈୟାଙ୍କୁ ହତ୍ୟା କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ। ହାଜର ହେବା ପରେ ଦର୍ଜି କହ୍ନୈୟାଙ୍କ ହତ୍ୟାର ସବିଶେଷ ଯାଞ୍ଚ କରିବାକୁ କୋର୍ଟ ଅଭିଯୁକ୍ତ ମହମ୍ମଦ ରିଆଜ ଅଖତାରୀ, ଗୌସ ମହମ୍ମଦ ଏବଂ ସେମାନଙ୍କ ସହଯୋଗୀ ଆସିଫ ଏବଂ ମୋହସିନଙ୍କୁ ୧୦ଦିନିଆ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ଉଦୟପୁର ଘଟଣା ବିରୋଧରେ ଓକିଲମାନଙ୍କ ମଧ୍ୟରେ ବହୁତ ଅସନ୍ତୋଷ ଦେଖାଦେଇଥିଲା। କୋର୍ଟ ପରିସରରେ ଓକିଲମାନେ ସ୍ଲୋଗାନ ଦେବା ସହିତ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବି କରିଥିଲେ।

ଏହା ସହ କଡ଼ା ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲେ ବି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡ଼ିଥିଲା। କୋର୍ଟ ବାହାରେ ଥିବା ଲୋକେ ତାଙ୍କୁ ଚପଲ ମାଡ଼ କରିବା ସହ ବାଡ଼ିରେ ମାଡ଼ ମାରିଥିବା କୁହାଯାଉଛି। ଏହା ସହ ଅଭିଯୁକ୍ତଙ୍କୁ ପୁଲିସ ଗାଡ଼ିରେ ବସାଉଥିବା ବେଳେ ମଧ୍ୟ ଲୋକେ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରି କହ୍ନୈୟା ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ତାଙ୍କୁ ଜୁନ୍ ୧୧ରେ ଗିରଫ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ଜୁନ୍ ୧୫ରେ, ସେ ପୁଲିସ ପାଖକୁ ଯାଇ ତାଙ୍କୁ ହତ୍ୟା ଧମକ ମିଳୁଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଦାବି କରିଥିଲେ ଯେ, ମୋ ପୁଅ ମୋବାଇଲ୍ ଫୋନରେ ଗେମ୍ ଖେଳୁଥିବା ବେଳେ ଭୁଲବଶତଃ ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କୁ ନେଇ ପୋଷ୍ଟ କରିଥିଲା। ମୁଁ ସେ ବିଷୟରେ ଜାଣିନଥିଲି। ଦୁଇ ଦିନ ପରେ ଦୁଇଜଣ ବ୍ୟକ୍ତି ଆସି ମୋ ଫୋନ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏହା ପରେ ମୋତେ ‌ଏବେ ଦୋକାନ ଖୋଲିବାକୁ ଦିଆଯାଉନାହିଁ ଏବଂ ହତ୍ୟା ଧମକ ଦିଆଯାଉଛି। ଦୟାକରି ଏହି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ମୋତେ ଦୋକାନ ଖୋଲିବାରେ ସାହାଯ୍ୟ କରିବା ସହ ମୋତେ ସୁରକ୍ଷା ଦିଅନ୍ତୁ।

କହ୍ନୈୟାଙ୍କ ଏଭଳି ଅଭିଯୋଗ ପରେ ପୁଲିସ ଦୁଇ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିଲା ଏବଂ ଏବେ ଆଉ ପୁଲିସର ସହାୟତା ଦରକାର ନାହିଁ ବୋଲି କହ୍ନୈୟା ଲିଖିତ ଆକାରରେ ପୁଲିସକୁ ଦେଇଥିଲେ। ହେଲେ ମନରେ ଡର ଥିବାରୁ ସପ୍ତାହେ ଧରି ଦୋକାନ ଖୋଲିନଥିଲେ କହ୍ନୈୟା। ହେଲେ ସପ୍ତାହେ ପରେ ଜୁନ୍ ୨୮ରେ ସେ ଦୋକାନ ଖୋଲିବାର କିଛି ସମୟ ପରେ ତାଙ୍କର ଗଳା କାଟି ହତ୍ୟା କରିଦିଆଯାଇଥିଲା। ତେବେ ପୁଲିସର କହିବା ମୁତାବକ, ଯେଉଁମାନେ ଧମକ ଦେଇଥିଲେ ସେମାନେ କହ୍ନୈୟାଙ୍କୁ ହତ୍ୟା କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe