ଉଦୟପୁର ନରହତ୍ୟା: ଅସହିଷ୍ଣୁଙ୍କ ପ୍ରତି ସହିଷ୍ଣୁ ନ ହେବା ପାଇଁ ଭାରତକୁ ପରାମର୍ଶ ଦେଲେ ଡଚ୍‌ ସାଂସଦ

Advertisment
ଉଦୟପୁର ନରହତ୍ୟା: ଅସହିଷ୍ଣୁଙ୍କ ପ୍ରତି ସହିଷ୍ଣୁ ନ ହେବା ପାଇଁ ଭାରତକୁ ପରାମର୍ଶ ଦେଲେ ଡଚ୍‌ ସାଂସଦ

Image Courtesy of DNA India

ନୂଆଦିଲ୍ଲୀ: ଅସହିଷ୍ଣୁମାନଙ୍କ ପ୍ରତି ସହିଷ୍ଣୁ ନ ହେବା ପାଇଁ ନିଲମ୍ବିତା ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ପ୍ରତି ସମର୍ଥନ ଜଣାଇଥିବା ନେଦର୍‌ଲାଣ୍ଡ୍‌ ସାଂସଦ ଗିୟର୍ଟ ୱାଇଲ୍‌ଡର୍ସ ଉଦୟପୁର ଦରଜୀ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ବ୍ୟକ୍ତ କରି ମଙ୍ଗଳବାର ରାତିରେ ଭାରତକୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ ରାଜସ୍ଥାନର ଉଦୟପୁର ନଗରୀ ଅନ୍ତର୍ଗତ ଧନମଣ୍ଡି ଅଞ୍ଚଳରେ ଦୁଇଜଣ ବ୍ୟକ୍ତି ଚାପଡ଼ ଯୋଗେ କହ୍ନେୟାଲାଲ୍‌ ନାମରେ ଜଣେ ଦରଜୀଙ୍କୁ ହତ୍ୟା କରିବା ପରେ ଅନ୍‌ଲାଇନ୍‌ରେ ଭିଡିଓ ପୋଷ୍ଟ୍‌ କରି କହିଥିଲେ ସେ ସେମାନେ ଇସ୍‌ଲାମ୍‌ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେଉଛନ୍ତି।

ଏ ଘଟଣାରେ ପ୍ରତିକ୍ରିୟା ବ୍ୟକ୍ତ କରି ୱାଇଲଡର୍ସ କହିଛନ୍ତି ଯେ, ସେମାନଙ୍କର ଦେଶ ଓ ସେମାନଙ୍କର ମାତୃଭୂମି ହୋଇଥିବାରୁ ଭାରତରେ ହିନ୍ଦୁମାନେ ନିରାପଦ ରହିବା ଉଚିତ।

ଟଇଟ୍‌ କରି ସେ ଲେଖିଛନ୍ତି: ତୁମକୁ ଅନୁରୋଧ କରି କହୁଛି ଭାରତ : ଅସହିଷ୍ଣୁଙ୍କ ପ୍ରତି ସହିଷ୍ଣୁ ହୁଅ ନାହିଁ। ଚରମପନ୍ଥୀ, ଆତଙ୍କବାଦୀ ଏବଂ ଜିହାଦୀ କବଳରୁ ହିନ୍ଦୁବାଦକୁ ସୁରକ୍ଷା ଦିଅ। ଇସ୍‌ଲାମ୍‌ ସହ ଆପୋସ କ୍ଷତିକାରକ ହେବ। ଶତ ପ୍ରତିଶତ ସୁରକ୍ଷା ଦେବା ପାଇଁ ହିନ୍ଦୁମାନଙ୍କର ଯୋଗ୍ୟ ନେତା ଅଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଭାରତରେ ହିନ୍ଦୁମାନେ ନିରାପଦ ରହିବା ଉଚିତ। ନିଜ ଦେଶ, ନିଜ ମାତୃଭୂମୀ ହୋଇଥିବାରୁ ଭାରତ ସେମାନଙ୍କର। ଭାରତ ଇସ୍‌ଲାମୀୟ ରାଷ୍ଟ୍ର ନୁହେଁ।

ସେହିପରି, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉଦୟପୁର ଦରଜୀ ମୁଣ୍ଡକାଟ ଘଟଣା ଲାଗି ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ଙ୍କ ସରକାରଙ୍କୁ ତ୍ରୀବ୍ର ସମାଲୋଚନା କରିଛନ୍ତି। ସରକାରଙ୍କ ହିଂସା ଉଦ୍ରେକକାରୀ ଏବଂ ତୁଷ୍ଟିକରଣ ନୀତି ଯୋଗୁଁ ରାଜ୍ୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe