ଉଦୟପୁର ଦରଜୀ ହତ୍ୟା: ପ୍ରତିବାଦ ପଦଯାତ୍ରରେ ଉତ୍ତେଜନା; ଟେକାପଥର ଫିଙ୍ଗାଫିଙ୍ଗି

ଉଦୟପୁର ଦରଜୀ ହତ୍ୟା: ପ୍ରତିବାଦ ପଦଯାତ୍ରରେ ଉତ୍ତେଜନା; ଟେକାପଥର ଫିଙ୍ଗାଫିଙ୍ଗି

Image Courtesy of NDTV

ଉଦୟପୁର: ଆତଙ୍କବାଦ ସହିତ ସମ୍ପୃକ୍ତ ଥିବା ୨ଜଣ ବ୍ୟକ୍ତି ରାଜସ୍ଥାନର ଉଦୟପୁରରେ ଦରଜୀ କହ୍ନେୟାଲାଲ୍‌ଙ୍କୁ ହତ୍ୟା କରିବା ଘଟଣାରେ ଆଜି ଶହ ଶହ ଜନତା ସାମିଲ ହୋଇ ବାହାର କରିଥିବା ନିରବ ପ୍ରତିବାଦ ଶୋଭାଯାତ୍ରା‌ରେ ଉତ୍ତେଜନା ସୃଷ୍ଟି ହେବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିବା କଥା ପୁଲିସସୂତ୍ରରୁ ଜଣାପଡ଼ିଛି।

ଦଙ୍ଗା ମୁକାବିଲାକାରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଜନତାଙ୍କୁ ନିୟନ୍ତ୍ରଣ କରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ବିଭିନ୍ନ ହିନ୍ଦୁ ସଙ୍ଗଠନର ପ୍ରାୟ ୧୦୦୦ ପ୍ରତିବାଦକାରୀ କଡ଼ା ନିରାପତ୍ତା ମଧ୍ୟରେ ଗୈରିକ ପତାକା ଧରି ଦରଜୀ ହତ୍ୟାର ବିଚାର ଦାବି କରି ସ୍ଲୋଗାନ୍‌ ଦେଇ ପଦଯାତ୍ରା କରୁଥିଲେ। କିନ୍ତୁ, ମଙ୍ଗଳବାର ଦିନ ଘଟିଥିବା ଉକ୍ତ ଭୟାବହ ହତ୍ୟାକାଣ୍ଡ ନିକଟରେ ପ୍ରତିବାଦକାରୀମାନେ ପହଞ୍ଚିବା ପରେ ଉତ୍ତେଜନା ଚରମସୀମାରେ ପହଞ୍ଚିଥିଲା। ଫଳରେ ପୁଲିସ ଆନ୍ଦୋଳନରତ ଜନତାଙ୍କୁ ଘଉଡ଼ାଇ ଦେଇଥିଲା।

publive-image Image Courtesy of Oneindia

ଘଟଣାସ୍ଥଳରୁ ପ୍ରତିବାଦକାରୀ ଜନତାଙ୍କ ସଂଖ୍ୟା କମି ଆସିବା ପରେ ଗଣମାଧ୍ୟମକୁ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣକୁ ଆସିଯାଇଛି।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଦରଜୀ କହ୍ନୈୟାଲାଲ୍‌ଙ୍କ ପରିବାରବର୍ଗଙ୍କୁ ଭେଟିବା ପାଇଁ ଯିବାକୁ ଥିବାରୁ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି।

ସ୍ମରଣଯୋଗ୍ୟ, ମଙ୍ଗଳବାର ଦିନ ଦୁଇଜଣ ବ୍ୟକ୍ତି ୪୮ ବର୍ଷିୟ କହ୍ନୈୟାଲାଲ୍‌ଙ୍କୁ ହତ୍ୟା କରିବା ସହ ହତ୍ୟାକାଣ୍ଡ ସମୟର ଭିଡିଓ ଉତ୍ତୋଳନ କରିଥିଲେ। ସେମାନେ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ମଧ୍ୟ ଧମକ ଦେଇଥିଲେ। ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ଦାୱତ୍‌-ଏ-ଇସ୍‌ଲାମି’ ସହିତ ଉକ୍ତ ଆତତାୟୀମାନଙ୍କର ଯୋଗାଯୋଗ ଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ୨୦୧୪ରେ କରାଚୀକୁ ଯାଇଥିଲା ବୋଲି ତଦନ୍ତକାରୀମାନେ କହିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରାଳୟ ଦେଶର ଶୀର୍ଷସ୍ତରୀୟ ଆତଙ୍କବାଦ-ନିରୋଧୀ ସଂସ୍ଥାନ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’କୁ (ଏନ୍‌ଆଇଏ) ଉକ୍ତ ହତ୍ୟାକାଣ୍ଡ ଘଟଣାର ତଦନ୍ତ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe