ଫନି ବାତ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କଲେ ମାଷ୍ଟର ଉଦୟ କିରଣ ପରିଡ଼ା

Advertisment
ଫନି ବାତ୍ୟା ପ୍ରଭାବିତଙ୍କୁ ସାହାଯ୍ୟ କଲେ ମାଷ୍ଟର ଉଦୟ କିରଣ ପରିଡ଼ା

ନୂଆଦିଲ୍ଲୀ : ଫନି ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନୂଆଦିଲ୍ଲୀ ସ୍ଥିତ ‘ଅମୃତ ବିଦ୍ୟାଲୟମ’ର ତୃତୀୟ ଶ୍ରେଣୀର ଛାତ୍ର ମାଷ୍ଟର ଉଦୟ କିରଣ ପରିଡ଼ା ୫,୫୧୩ ଟଙ୍କା ଦାନ କରିଛନ୍ତି। ଚଳିତ ମାସ ୩ରେ ଓଡ଼ିଶାର ତାଣ୍ଡବ ସୃଷ୍ଟି କରିଥିବା ଫନି ବାତ୍ୟାର କରୁଣ ଦୃଶ୍ୟ କୋମଳମତି ବାଳକ ଉଦୟଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲା। ଗ୍ରୀଷ୍ମ ଅବକାଶରେ ମନୋରଞ୍ଜନ ପାର୍କ ପରିଦର୍ଶନ ନିମନ୍ତେ ଦୁଇଟି ସରାରେ ସଞ୍ଚୟ କରିଥିବା ଅର୍ଥରାଶିକୁ ସେ ବାତ୍ୟା ପ୍ରଭାବିତଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ତାଙ୍କର ମନକଥା ବାପା ମା’ଙ୍କୁ ଜଣାଇଥିଲେ। ଉଦୟଙ୍କ ଏଭଳି ମହାନୁଭବତା ତଥା ସାହାଯ୍ୟକାରୀ ମନୋଭାବ ବିଷୟରେ ଜାଣି ବାପା ରଶ୍ମୀ ରଞ୍ଜନ ପରିଡ଼ା ଓ ମା’ ପ୍ରାଚୀ ନାୟକ ଭାବବିହ୍ବଳ ହୋଇଯାଇଥିଲେ। ଆଜି ଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିସନରଙ୍କ କାର୍ଯ୍ୟାଳୟରେ ସଞ୍ଚିତ ୫,୫୧୩ ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ପାଇଁ ଦାନ କରିଥିଲେ। ଏହି ଅବସରରେ ପ୍ରମୁଖ ଆବାସିକ କମିସନର ତୁହିନ କାନ୍ତ ପାଣ୍ଡେ ଓ ଆବାସିକ କମିସନର ସଞ୍ଜିବ ମିଶ୍ର ଉଦୟଙ୍କ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe