ବର୍ଷାକୁ ଛାଡିଲେ ମାତୋଶ୍ରୀକୁ ଗଲେ: ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ସରକାରୀ ବାସଭବନ ଛାଡି ନିଜ ଘରକୁ ଚାଲିଗଲେ ଉଦ୍ଧବ

Advertisment
ବର୍ଷାକୁ ଛାଡିଲେ ମାତୋଶ୍ରୀକୁ ଗଲେ: ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ୱେ ସରକାରୀ ବାସଭବନ ଛାଡି ନିଜ ଘରକୁ ଚାଲିଗଲେ ଉଦ୍ଧବ

Photo: Zee News

ମୁମ୍ବାଇ: ଏବେ ବି ମୁଖ୍ୟମନ୍ତ୍ରୀ ଅଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ପାଇଁ ଥିବା ବାସଭବନରେ ଏବେ ବି ରହିପାରିବେ | କିନ୍ତୁ ନିଜ ପଦରୁ ଇସ୍ତଫା ନ ଦେଇ ବି ଆଜି ମୁଖ୍ୟମନ୍ତ୍ରୀ ବାସଭବନ ଛାଡି ନିଜ ଘରକୁ ଚାଲିଯାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ | ମହାରାଷ୍ଟ୍ର ରାଜନୀତିରେ ଦେଖା ଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ କୁହାଯାଉଥିବା ବର୍ଷା ବଙ୍ଗଳା ଛାଡି ନିଜ ଘର ମାତୋଶ୍ରୀକୁ ଚାଲିଆସିଛନ୍ତି ଉଦ୍ଧବ ଠାକରେ । ଅପରାହ୍ନରେ ଜନସାଧାରଣଙ୍କୁ ଭାବପ୍ରବଣ ସମ୍ବୋଧନ କରିଥିବା ମୁଖ୍ୟମନ୍ତ୍ରୀ ଯଦିଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନାହାଁନ୍ତି କିନ୍ତୁ ଆଜି ରାତିରେ ସେ ମୁଖ୍ୟମନ୍ତ୍ରୀ ବାସଭବନ ଛାଡି ମାତୋଶ୍ରୀକୁ ଯାଇଛନ୍ତି | ତେବେ ଉଦ୍ଧବଙ୍କ ପ୍ରତି ନିଜର ସମର୍ଥନ ଜଣାଇବାକୁ ବର୍ଷା ବଙ୍ଗଳା ସାମ୍ନାରେ ବହୁ ସଂଖ୍ୟାରେ ଶିବସେନା କର୍ମୀ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି |


ଅନ୍ୟପଟେ ତାଜା ସୂଚନା ମୁତାବକ ଆଜି ଆଉ ଦୁଇଜଣ ଶିବସେନା ବିଧାୟକ ଗୁଲାବରାଓ ପାଟିଲ ଏବଂ ଯୋଗେଶ କଦମ ଗୌହାଟୀରେ ପହଞ୍ଚିଛନ୍ତି। ଏଠାରେ ସେମାନେ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକଙ୍କ ଦଳରେ ଯୋଗ ଦେଇଛନ୍ତି। ଗତକାଲି ଉଦ୍ଧବ ଠାକରେ ଡକାଇଥିବା ବୈଠକରେ ଏହି ବିଧାୟକମାନଙ୍କ ମଧ୍ୟରୁ ଜଣେ ଭାଗ ନେଇଥିଲେ ।


ଅନ୍ୟପଟେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଯଦି ଆମକୁ ସୁଯୋଗ ମିଳେ ତେବେ ଆମେ ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଶରଦ ପାୱାର ଏବଂ ଅଶୋକ ଚୌହାନ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। କୌଣସି ପରିସ୍ଥିତିରେ ବି ଉଦ୍ଧବ ଠାକରେ ଇସ୍ତଫା ଦେବେ ନାହିଁ। ଯଦି ଆବଶ୍ୟକ ହୁଏ, ସଂଖ୍ୟାଗରିଷ୍ଠତା ପ୍ରମାଣ କରିବୁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe