ମୋଦୀଙ୍କୁ ଭେଟିବା ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଲେ ଉଦ୍ଧବ

ମହାରାଷ୍ଟ୍ର ସଂକଟ : ଶନିବାର ଜାତୀୟ କାର୍ଯ୍ୟକାରିଣୀ ଡକାଇଲା ଶିବସେନା

photo-file

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିବେ। ଏହି ବୈଠକରେ ମରାଠା ସଂରକ୍ଷଣ ଏବଂ ବାତ୍ୟା ତାଉତେ ପାଇଁ ଆର୍ଥିକ ସହାୟତା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତ ପୂର୍ବରୁ ଉଦ୍ଧବ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି ।

ଗତ ୧୫ ଦିନ ମଧ୍ୟରେ ଠାକରେଙ୍କ ସହ ଏହା ପାୱାରଙ୍କର ଦ୍ୱିତୀୟ ସାକ୍ଷାତ | ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପୂର୍ବରୁ ଉଦ୍ଧବ ଠାକରେ ଶରଦ ପାୱାରଙ୍କୁ ଭେଟି ମରାଠା ସଂରକ୍ଷଣ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ମରାଠା ସଂରକ୍ଷଣ ସବ କମିଟିର ସଭାପତି ଅଶୋକ ଚୌହାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ।

ସୂଚନା ଥାଉ କି ଯେ କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ଚାକିରୀ ତଥା ଶିକ୍ଷା କ୍ଷେତ୍ରରେ ମରାଠା ସମ୍ପ୍ରଦାୟର ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ ସୁପ୍ରିମକୋର୍ଟ ୨୦୧୮ ର ସଂରକ୍ଷଣ ଆଇନକୁ ଖାରଜ କରିଥିଲେ | ଏହା ସହ ବାତ୍ୟା ତାଉତେ ପାଇଁ ଗୁଜୁରାଟ ଭଳି ମହାରାଷ୍ଟ୍ରକୁ ୧୦୦୦ କୋଟି ଟଙ୍କା ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିପାରନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe