ଆମ ଧନୁ ଚୋରି ହୋଇଯାଇଛି, କିନ୍ତୁ ଲୋକ ଆମ ସହ ଅଛନ୍ତି: ଉଦ୍ଧବ

ମୋଦୀ ଓ ଶାହାଙ୍କୁ ନିମନ୍ତ୍ରଣ ଦେବେ ଉଦ୍ଧବ ଠାକରେ

Image Courtesy of The Financial Express

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନାର ଦଳର ନାମ, ଚିହ୍ନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନିର୍ବାଚନ ଆୟୋଗଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ଶିବସେନାର ନିର୍ବାଚନ ପ୍ରତୀକ ବିଷୟରେ ସେ କହିଛନ୍ତି, ଆମର ଧନୁ ଚୋରି ହୋଇଛି କିନ୍ତୁ ଲୋକ ଆମ ସହିତ ଅଛନ୍ତି। ମୁମ୍ବାଇରେ ଉଦ୍ଧବ ଠାକରେ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଯେ, ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ କାରଣ ବିରୋଧୀ ଦଳ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ କରିପାରନ୍ତି | ଉଦ୍ଧବ କହିଛନ୍ତି ଯେ, ସେମାନେ ଯେପରି ଧନୁ ଓ ତୀର ନେଇଛନ୍ତି, ସେହିପରି ମଶାଲ ମଧ୍ୟ ନେଇଯିବାକୁ ଚେଷ୍ଟା କରିବେ। ତେଣୁ ମଶାଲ ପ୍ରତୀକରେ ନିର୍ବାଚନ ଲଢ଼ି ସେମାନଙ୍କୁ ସାହସ ଦେଖାଇଦେବାକୁ ପଡିବ |

ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନିର୍ବାଚନ ଆୟୋଗଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଘଟିନଥିଲା, ତାହା ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥିବା ନିର୍ବାଚନ କମିଶନ ଦ୍ୱାରା କରାଯାଇଛି।” ସେହିପରି ଉଦ୍ଧବ ଠାକରେ ତାଙ୍କ କର୍ମୀ ଏବଂ ସମର୍ଥକଙ୍କୁ ଶୀଘ୍ର ନିର୍ବାଚନ ହୋଇପାରେ ବୋଲି କହିବା ସହ ପ୍ରସ୍ତୁତ ରହିବାକୁ କହିଛନ୍ତି । ସୂଚନା ଥାଉ କି ଯେ ମୁମ୍ବାଇରେ ବିଏମସି ନିର୍ବାଚନ ଦୀର୍ଘ ଦିନ ଧରି ଅଟକି ରହିଛି। ଆଜି ଉଦ୍ଧବ ତାଙ୍କ କର୍ମୀ ଏବଂ ସମର୍ଥକଙ୍କୁ ନିବେଦନ କରି କହିଛନ୍ତି ଯେ ଆଜିଠାରୁ ସମସ୍ତେ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ | କାରଣ ସେହି ଲୋକମାନେ (ବିଜେପି-ସିନ୍ଦେ ଦଳ) ଯେକୌଣସି ସମୟରେ ନିର୍ବାଚନ କରିପାରିବେ। ଉଲ୍ଲେଖ ଥାଉ କି ଗତକାଲି ନିର୍ବାଚନ କମିସନ୍‌ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀକୁ ବାସ୍ତବ ଶିବସେନାର ମାନ୍ୟତା ଦେଇଥିଲେ । ସିନ୍ଦେ ଗୋଷ୍ଠୀ ‘ଶିବସେନା’ ନାମ ଏବଂ ଦଳର ଧନୁ-ତୀର ଚିହ୍ନ ବ୍ୟବହାର କରିବାପାଇଁ ନିର୍ବାଚନ କମିସନ ଅନୁମତି ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe