Advertisment

ଆଜି ସନ୍ଧ୍ୟାରେ ଇସ୍ତଫା ଦେଇପାରନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

Advertisment
ଆଜି ସନ୍ଧ୍ୟାରେ ଇସ୍ତଫା ଦେଇପାରନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

Image Courtesy of NDTV

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି ଏବଂ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ସନ୍ଧ୍ୟାରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ସନ୍ଧ୍ୟାରେ ଇସ୍ତଫା ଦେଇପାରନ୍ତି | ଉଦ୍ଧବ ପ୍ରଥମେ ବିଧାୟକ ଏବଂ ସାଂସଦମାନଙ୍କୁ ଭେଟିବେ ଓ ସେମାନଙ୍କ ସହ ଏ ବାବଦରେ ବିଚାରବିମର୍ଶ କରିବେ | ଏହା ସହିତ,ଉଦ୍ଧବ ଠାକରେ ଏହି ବଡ ନିଷ୍ପତ୍ତି ନେବା ପୂର୍ବରୁ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ଏକ ବ୍ୟକ୍ତିଗତ ବୈଠକ କରିବେ |

ଶରଦ ପାୱାରଙ୍କ ବ୍ୟତୀତ ଉଦ୍ଧବ କଂଗ୍ରେସ ଦଳର ନେତା ବାଲାସାହେବ ଥୋରାଟଙ୍କ ସହ ମଧ୍ୟ ଆଲୋଚନା କରିବେ | ତେବେ ଏହି ସମୟରେ, ଶିବସେନା ନେତା ସଞ୍ଜୟ ରାଉତ ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ନେଇ ମହାରାଷ୍ଟ୍ର ବିଧାନସଭାକୁ ଭଙ୍ଗ କରାଯିବ ବୋଲି ଇଙ୍ଗିତ ଦେଇଛନ୍ତି | ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ବିଧାନସଭା ଭଙ୍ଗ ଆଡକୁ ଗତି କରୁଛି ବୋଲି ସଞ୍ଜୟ ରାଉତ ଟ୍ୱିଟ୍ କରି ଲେଖିଛନ୍ତି। ସୂଚନା ଥାଉ କି ଯେ ଶିବସେନା ନେତା ଏକନାଥ ସିନ୍ଧେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଏବଂ ଶିବସେନାର ୪୦ଜଣ ବିଦ୍ରୋହୀ ବିଧାୟକଙ୍କ ସହ ଗୁଜରାଟର ସୁରତରୁ ଆସାମର ଗୌହାଟୀ ଚାଲିଯାଇଛନ୍ତି ।

ବିଜେପି ସହ ମେଣ୍ଟ କରି ସରକାର ଗଠନ ପାଇଁ ସିନ୍ଦେ ଦାବି କରିଥିଲେ, ଯାହାକି ଠାକରେଙ୍କୁ ଅଡ଼ୁଆରେ ପକାଇଥିଲା । ସିନ୍ଦେଙ୍କ ସହ ବିଦ୍ରୋହୀ ବିଧାୟକମାନେ ଏନସିପି-କଂଗ୍ରେସ ସହ ଦଳର ମେଣ୍ଟକୁ ଦୃଢ଼ ବିରୋଧ କରିଥିଲେ। ବିଜେପି ହିଁ ଶିବସେନା ସହିତ ଠିକ୍‌ ତାଳମେଳରେ ରହିପାରିବ ଏବଂ ବିଜେପି ସହିତ ପୁଣି ମେଣ୍ଟ ହେଲେ ହିଁ ଦଳରେ ବିଭାଜନକୁ ରୋକିହେବ ବୋଲି ଉଦ୍ଧବ ଠାକରେଙ୍କୁ ଜଣାଇଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe