ଭାରତ ମାତା କି ଜୟ କହିଦେଲେ ବିଜେପି ଦେଶଭକ୍ତ ହୋଇଯାଏନି: ଉଦ୍ଧବ ଠାକରେ

Advertisment
ଭାରତ ମାତା କି ଜୟ କହିଦେଲେ ବିଜେପି ଦେଶଭକ୍ତ ହୋଇଯାଏନି: ଉଦ୍ଧବ ଠାକରେ

Image Courtesy of Zee News

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ଠାକରେ କହିଛନ୍ତି ଯେ ଅନ୍ୟଦଳର ହିନ୍ଦୁତ୍ୱ ଏବଂ ଦେଶପ୍ରେମ ଉପରେ ବିଜେପି ସବୁବେଳେ ଆଲୋଚନା କରୁଛି, କିନ୍ତୁ ଏହା ସବୁ ଛଳନା। ଠାକରେ କହିଛନ୍ତି ଯେ କେବଳ ଭାରତ ମାତା କି ଜୟ କହୁଥିବା ବ୍ୟକ୍ତି ଦେଶପ୍ରେମୀର ଆଖ୍ୟା ପାଆନ୍ତି ନାହିଁ, ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ) କାହିଁକି ସ୍ୱାଧୀନତା ଆନ୍ଦୋଳନରୁ ନିଜକୁ ଦୂରେଇ ରଖିଲା ତାହାର ଉତ୍ତର ବିଜେପି ପାଖରେ ଅଛି କି ବୋଲି ଉଦ୍ଧବ ପ୍ରଶ୍ନ ପଚାରିଛନ୍ତି | ଠାକରେ କହିଛନ୍ତି ଯେ ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ଶିବସେନା ନଥିଲା ।

ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଜେପିର ମୂଳ ସଂଗଠନ ଆରଏସଏସ ମଧ୍ୟ ନଥିଲା, ଆଉ କେବଳ ଭାରତ ମାତା କି ଜୟ କହିବା ଦେଶପ୍ରେମ ବୋଲି ସୂଚାଏ ନାହିଁ | ଠାକରେ କହିଛନ୍ତି ଯେ ଯେତେବେଳେ ବାବ୍ରି ମସଜିଦକୁ ଭଙ୍ଗାଯାଇଥିଲା ସେତେବେଳେ ବାଲା ସାହେବ ଠାକରେ ହିଁ ନିଜ ମୁଣ୍ଡ ଉପରକୁ ଦୋଷ ନେଇଥିବାବେଳେ ଅନ୍ୟମାନେ ଲୁଚି ଯାଇଥିଲେ | ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ ବିଜେପି ହିନ୍ଦୁତ୍ୱ ଏବଂ ମହାପୁରୁଷଙ୍କ ନାମ ବ୍ୟବହାର କରି ଆଗକୁ ବଢିବାକୁ ଚାଁହୁଛି |

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କଠାରୁ ଆରମ୍ଭ କରି ବି.ଡି ସାବରକରଙ୍କୁ ବିଜେପି ନିଜର ବୋଲି କହୁଥିବାବେଳେ ଯାହାକି କେବଳ ଦେଖାଣିଆ ବୋଲି ପ୍ରମାଣିତ ହୋଇଛି | ବିଜେପି ସରକାର ଗୁଜୁରାଟର ସର୍ଦ୍ଦାର ପଟେଲ ଷ୍ଟାଡିୟମର ନାମ ପରିବର୍ତ୍ତନ କରିବା ଏହାକୁ ପ୍ରମାଣିତ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe