ବିଜେପି ୨୦୧୯‌ରେ ସେନା ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ ଏମ୍‌ଭିଏ ନଥାନ୍ତା: ଉଦ୍ଧବ

Advertisment

ବିଜେପିର ବିଜୟ ଉତ୍ସବରେ ଫଡ଼ନାବିସ ଅନୁପସ୍ଥିତ

ବିଜେପିର ବିଜୟ ଉତ୍ସବରେ ଫଡ଼ନାବିସ ଅନୁପସ୍ଥିତ

ବିଜେପି ୨୦୧୯‌ରେ ସେନା ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିଲେ ଏମ୍‌ଭିଏ ନଥାନ୍ତା: ଉଦ୍ଧବ

Image Source-amarujala

ମୁମ୍ବାଇ : ମହାରାଷ୍ଟ୍ରରେ ଜଣେ ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିବା ସଂକ୍ରାନ୍ତ ବିଜେପିର ନିଷ୍ପତ୍ତିକୁ ନେଇ ଆଜି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ପ୍ରଶ୍ନ କରିଛନ୍ତି। ଠାକ୍‌ରେ କହିଛନ୍ତି, ଯଦି ବିଜେପି ୨୦୧୯ରେ ଜଣେ ଶିବ ସୈନିକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ରାଜି ନଥିଲା ତେବେ ବର୍ତ୍ତମାନ କେମିତି ରାଜି ହେଲା। ମୁଖ୍ୟମନ୍ତ୍ରୀ ପଦରୁ ଓହରିବାପରେ ଶୁକ୍ରବାର ଦିନ ପ୍ରଥମ ଥର ପାଇଁ ଶିବସେନା ଭବନରେ ଗଣମାଧ୍ୟମକୁ ଉଦ୍‌ବୋଧନ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଠାକ୍‌ରେ ବିଜେପି ଉପରେ ବର୍ଷିଛନ୍ତି। ଠାକ୍‌ରେ କହିଛନ୍ତି, ଯଦି ଅମିତ ଶାହ ମତେ ଦେଇଥିବା ବଚନ ରଖିଥାନ୍ତେ ତେବେ ବର୍ତ୍ତମାନ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ଥାନ୍ତେ ଏବଂ ଏମ୍‌ଭିଏ ନଥାନ୍ତା। ବିଜେପି ଏବେ ଯାହା କଲା ୨୦୧୯ରେ ସେଥିପାଇଁ କାହିଁକି ମନା କଲା। ବିଜେପି ଦେଇଥିବା ପ୍ରତିଶ୍ରୁତି ରଖିଲାନି ବୋଲି ଠାକ୍‌ରେ କହିଛନ୍ତି। ଏକନାଥ ସିନ୍ଦେଙ୍କ ସଂକ୍ରାନ୍ତରେ ମତ ରଖି ଠାକ୍‌ରେ କହିଛନ୍ତି, ଆମେ ସିନ୍ଦେଙ୍କୁ ସେନାର ମୁଖ୍ୟମନ୍ତ୍ରୀ ଭାବେ ବ‌ିବେଚନା କରୁନୁ। ସେନା ବ୍ୟତୀତ ସେ କିଭଳି ସେନା ମୁଖ୍ୟମନ୍ତ୍ରୀ ହୋଇପାରି‌ବେ। ସେ ଶିବସେନାର ନୁହନ୍ତି।

publive-image ThePrint

ବିଜେପିର ବିଜୟ ଉତ୍ସବରେ ଫଡ଼ନାବିସ ଅନୁପସ୍ଥିତ
ନୂଆଦିଲ୍ଲୀ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଶୁକ୍ରବାର ଦିନ ରାଜ୍ୟ ବିଜେପି ମୁଖ୍ୟାଳୟରେ ଆୟୋଜିତ ବିଜୟ ଉତ୍ସବରେ ଉପସ୍ଥିତ ନଥିଲେ। ଅଢ଼େଇ ବର୍ଷ ପରେ ବିଜେପି ମହାରାଷ୍ଟ୍ରରେ କ୍ଷମତାକୁ ଆସିଥିବାରୁ ଏଥିପାଇଁ ଏକ ବିଜୟ ଉତ୍ସବ ପାଳନ କରାଯାଇଥିଲା। କିନ୍ତୁ ଉତ୍ସବରେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ଆଜି (ଶନିବାର) ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଫଡ଼ନାବିସ ଯୋଗ ଦେବେନି ବୋଲି ଜଣାପଡ଼ିଛି। ଏସଂକ୍ରାନ୍ତରେ ବିଜେପି କର୍ମକର୍ତ୍ତା କହିଛନ୍ତି, ମହାରାଷ୍ଟ୍ର ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ଫଡ଼ନାବିସ ବୈଠକରେ ବ୍ୟସ୍ତ ଅଛନ୍ତି। ସେଥିପାଇଁ ସେ ବିଜୟ ଉତ୍ସବରେ ଯୋଗ ଦେଇପାରିନାହାନ୍ତି କି ଆଜି ବୈଠକରେ ବି ଯୋଗ ‌ଦେବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe