ମୁଁ ବମ୍ବେ ହାଇକୋର୍ଟଙ୍କ ରାୟକୁ ନେଇ ସହମତ ନୁହେଁ : ଉଦ୍ଧବ

Advertisment

ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ବନ୍ଦ ଡାକରା ଉପରେ ବମ୍ବେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଏହାପରେ ଆସନ୍ତାକାଲି ହେବାକୁ ଥିବା ମହାରାଷ୍ଟ୍ର ବନ୍ଦକୁ ସ୍ଥଗିତ ରଖାଯାଇଥିବା ବେଳେ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ନେଇ ଅସହମତ ହୋଇଛନ୍ତି ଉଦ୍ଧବ ଠାକରେ ।

ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ବନ୍ଦ ଡାକରା ଉପରେ ବମ୍ବେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଏହାପରେ ଆସନ୍ତାକାଲି ହେବାକୁ ଥିବା ମହାରାଷ୍ଟ୍ର ବନ୍ଦକୁ ସ୍ଥଗିତ ରଖାଯାଇଥିବା ବେଳେ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ନେଇ ଅସହମତ ହୋଇଛନ୍ତି ଉଦ୍ଧବ ଠାକରେ ।

uddhav

ମୁମ୍ବାଇ: ଦୁଷ୍କର୍ମ ଘଟଣାକୁ ନେଇ ଗତକାଲି ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ବନ୍ଦ ଡାକରା ଉପରେ ବମ୍ବେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷେଧାଦେଶ ପରେ ଆସନ୍ତାକାଲି ହେବାକୁ ଥିବା ମହାରାଷ୍ଟ୍ର ବନ୍ଦକୁ ସ୍ଥଗିତ ରଖାଯାଇଥିବା ବେଳେ କୋର୍ଟଙ୍କ ଏହି ନିର୍ଦ୍ଦେଶରେ ବିରୋଧୀ ରାଜି ହୋଇନଥିବା ଜଣାପଡିଛି । ମହାବିକାଶ ଆଘାଡି (ଏମଭିଏ) ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ସମ୍ପୃକ୍ତ ତିନୋଟି ଦଳ ମଧ୍ୟରୁ ଏନସିପି (ଶରଦ ପାୱାର ଗୋଷ୍ଠୀ) ବନ୍ଦ ପ୍ରତ୍ୟାହାର କରିବାକୁ ନିବେଦନ କରିଛି, କଂଗ୍ରେସ ବନ୍ଦ ପ୍ରତ୍ୟାହାର କରିବାକୁ କହିଛି, କିନ୍ତୁ ଦଳ କଳା ବ୍ୟାଣ୍ଡ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିବ । କିନ୍ତୁ ଏବେ ଉଦ୍ଧବ ଠାକରେଙ୍କ ବୟାନ ଆସିଛି, ସେ ମଧ୍ୟ ବନ୍ଦ ପ୍ରତ୍ୟାହାର କରିବାକୁ କହିଛନ୍ତି।  କିନ୍ତୁ ଅଦାଲତ ଏହି ନିର୍ଦ୍ଦେଶରେ ସେ ସହମତ ନୁହନ୍ତି ବୋଲି କହିଛନ୍ତି ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ବନ୍ଦ ନେଇ ବମ୍ବେ ହାଇକୋର୍ଟ ଦେଇଥିବା ଆଦେଶ ସହ ଆମେ ସହମତ ନୁହଁ। ଅଗଷ୍ଟ ୨୪ ରେ ହେବାକୁ ଥିବା ମହାରାଷ୍ଟ୍ର ବନ୍ଦକୁ ଆମେ ପ୍ରତ୍ୟାହାର କରିଛୁ କିନ୍ତୁ ବିରୋଧୀ ନେତାମାନେ ମୁହଁରେ କଳାପଟି ବାନ୍ଧି ପ୍ରତିବାଦ କରିବେ। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ସଭାପତି ନାନା ପଟୋଲେ ଶୁକ୍ରବାର କହିଛନ୍ତି ଯେ ମହାବିକାଶ ଆଘାଡି (ଏମଭିଏ) ନେତା ଏବଂ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ କଳାପତାକା ଦେଖାଇ ବିଜେପି-ଶିବସେନା-ଏନସିପି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe