ଦଳ ବିରୋଧୀ କାର୍ଯ୍ୟ ପାଇଁ ୨ ବରିଷ୍ଠ ‌ନେତାଙ୍କୁ ହଟାଇଲେ ଉଦ୍ଧବ

ମହାରାଷ୍ଟ୍ର ବିଧାୟକଙ୍କ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ: ସୁପ୍ରିମକୋର୍ଟ ଯିବାକୁ ଧମକ ଦେଲେ ଉଦ୍ଧବ ଠାକ୍‌ରେ

moneycontrol.com

ମୁମ୍ବାଇ : ଦଳ ବି‌ରୋଧୀ କାର୍ଯ୍ୟ ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ସୋମବାର ଦିନ ୨ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ରାମଦାସ କଦମ ଏବଂ ପୂର୍ବତନ ସାଂସଦ ଆନନ୍ଦରାଓ ଅଦସୁଲଙ୍କୁ ଦଳରୁ ବହିଷ୍କାର କରିଛନ୍ତି। କଦମ ଦଳରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ପରେ ଉଦ୍ଧବ ତାଙ୍କୁ ଦଳରୁ ହଟାଇଛନ୍ତି।

ତେବେ ରାମଦାସ କଦମଙ୍କ ପୁଅ ଯୋଗେଶ କଦମ ଏବେ ‌ଦାପୋଲି ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି। ସେ ସିନ୍ଦେ ଗୋଷ୍ଠୀରେ ଯୋଗ ଦେଇ ସାରିଛନ୍ତି। ଠାକ୍‌ରେ କଦମ ଏବଂ ଅଦୁଲଙ୍କୁ ବହିଷ୍କାର କରିବା ପରେ ହିଁ ଏକନାଥ ସିନ୍ଦେ ସେମାନଙ୍କୁ ଗ୍ରହଣ କରିଛନ୍ତି। ଠାକ୍‌ରେ ମଧ୍ୟ ଗତ ଶନିବାର ଦିନ ପୂର୍ବତନ ମନ୍ତ୍ରୀ ବିଜୟ ଶିବତାରେଙ୍କୁ ଦଳରୁ ହଟାଇଥିଲେ। ସେହିପରି ବିଧାୟକ ସନ୍ତୋଷ ବାଙ୍ଗରଙ୍କୁ ମଧ୍ୟ ଠାକ୍‌ରେ ବହିଷ୍କାର କରିଛନ୍ତି। ‌ଥାନେର ଜିଲ୍ଲା ପ୍ରମୁଖଙ୍କୁ ଠାକ୍‌ରେ ହଟାଇ ଦେଇଛନ୍ତି ଏବଂ ଥା‌ନେରେ ୧୦୦ରୁ ଅଧିକ ନୂଆ ଅଫିସ କାର୍ଯ୍ୟକର୍ତ୍ତା ନିଯୁକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe