ଉଦ୍ଧବ ଆମକୁ ଚାକର ବୋଲି ଭାବିବା ଆରମ୍ଭ କରିଥିଲେ: ଶିବସେନା ଦୁଇଫାଳ ହେବାର ଗୁମର ବଖାଣିଲେ ସିନ୍ଦେ

Advertisment
ଉଦ୍ଧବ ଆମକୁ ଚାକର ବୋଲି ଭାବିବା ଆରମ୍ଭ କରିଥିଲେ: ଶିବସେନା ଦୁଇଫାଳ ହେବାର ଗୁମର ବଖାଣିଲେ ସିନ୍ଦେ

ନାଗପୁର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନା(ଉଦ୍ଧବ) ଗୋଷ୍ଠୀର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଉଦ୍ଧବ ଦଳୀୟ କର୍ମୀଙ୍କୁ ତାଙ୍କ ଘରେ କାମ କରିବାକୁ କହିବା ସହିତ ଚାକର ଭଳି ବ୍ୟବହାର କରୁଥିଲେ। କିନ୍ତୁ ବାଲାସାହେବ ଠାକରେ ଦଳୀୟ କର୍ମୀଙ୍କୁ ସହକର୍ମୀ ଭାବେ ବିବେଚନା କରୁଥିଲେ। ସେ କର୍ମୀଙ୍କୁ ବନ୍ଧୁ ବୋଲି ଭାବୁଥିଲେ।

ଶିବସେନା ଦୁଇଫାଳ ହେବାର ଏହା ମୁଖ୍ୟ କାରଣ ବୋଲି ସେ ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହି ସମଗ୍ର ଘଟଣାର ଗୁମର ଖୋଲିଛନ୍ତି। ସେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଭୋଟ୍ ଦେବା ପାଇଁ ଅନୁରୋଧ କରି ଏପରି କହିଛନ୍ତି।

ସେ କହିଛନ୍ତି ମୁଁ ମୁଖ୍ୟମନ୍ତ୍ରୀ କିନ୍ତୁ ମୁଁ ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କରୁଛି। ଆମ ଦଳରେ କେହି ମାଲିକ ଏବଂ କେହି ଚାକର ନୁହନ୍ତି। ଆମେ ସଭିଏଁ ପାରସ୍ପରିକ ସହଯୋଗରେ ମିଳିମିଶି କାମ କରୁଛୁ। ଆମ ଦଳରେ ରାଜାଙ୍କ ପୁଅ କେବଳ ରାଜା ହେବାର ନିୟମ ନାହିଁ। ଯିଏ କାମ କରିବ ସେ ରାଜା ହେବାର ନିୟମ ରହିଛି। ଉଦ୍ଧବ ବାଲା ସାହେବଙ୍କ ଚିନ୍ତାଧାରା ଠାରୁ ଦୂରେଇ ଯାଇଛନ୍ତି। ତେଣୁ ଶିବସେନାର ବିଭାଜନ ହୋଇଛି ବୋଲି ସେ କହିଛନ୍ତି।

ଉଦ୍ଧବଙ୍କ ସହିତ ଏକାଠି ରହିବାର ସ୍ଥିତି ନ ଥିଲା। କାରଣ ସେ ଶିବସେନାର ମୂଲ୍ୟବୋଧ ସହ ଆପୋଷ ବୁଝାମଣା କରିଛନ୍ତି। ଏହା ଜଣେ ଶିବ ସ‌ୈନିକ କେବେ ମଧ୍ୟ ସହ୍ୟ କରିପାରିବେ ନାହିଁ। ତେଣୁ ଆମେ ତାଙ୍କ ଠାରୁ ଅଲଗା ହେବାକୁ ବାଧ୍ୟ ହୋଇଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe