ବିରୋଧୀ ଦଳକୁ ଉଦ୍ଧବଙ୍କ ଚ୍ୟାଲେଂଜ, ସାହସ ଥିଲେ ମୋ ସରକାରର ପତନ ଘଟାଅ

ବିରୋଧୀ ଦଳକୁ ଉଦ୍ଧବଙ୍କ ଚ୍ୟାଲେଂଜ, ସାହସ ଥିଲେ ମୋ ସରକାରର ପତନ ଘଟାଅ

ThePrint

ମୁମ୍ବାଇ : ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟର ପ୍ରଭାବ ଏବେ ମହାରାଷ୍ଟ୍ର ସରକାର ଉପରେ ମଧ୍ୟ ପଡ଼ିଲାଣି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବିରୋଧୀ ଦଳକୁ ଚେତାବନୀ ଦେଇ କହିଛନ୍ତି ଯେ ସାହସ ଅଛି ତ’ ମୋ ସରକାରକୁ ଭାଙ୍ଗିବା ଉଦ୍ୟମ କର। ଶିବସେନା ସୁପ୍ରିମୋ ଠାକ୍‌ରେ କହିଛନ୍ତି, ମୋ ସରକାର ତିନି ଚକିଆ ବିଶିଷ୍ଟ ସରକାର। ଏହି ସରକାରର ନିୟନ୍ତ୍ରଣ ମୋ ହାତରେ ରହିଛି । ଏନ୍‌ସିପି ଏବଂ କଂଗ୍ରେସର ଭୂମିକା ସକରାତ୍ମକ ରହିଛି ଏବଂ ମୋ ସରକାରର ଭବିଷ୍ୟତ ବିରୋଧୀ ଦଳ ହାତରେ ନାହିଁ ବୋଲି ସେ କହିଛନ୍ତି। ତେବେ ରାଜସ୍ଥାନ ସଙ୍କଟକୁ ଦେଖି ଶିବସେନା ମନରେ ମଧ୍ୟ ଛନକା ପଶିଛି ଏବଂ ଏକ ଛୋଟକାଟିଆ ବିଦ୍ରୋହ ବି ସରକାରକୁ ଭାଙ୍ଗି ଦେଇପାରେ ବୋଲି ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଉଦ୍ଧବ ବିଜେପିକୁ ଏଭଳି ଆହ୍ବାନ ଦେବା ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କଂଗ୍ରେସ-ଏନ୍‌ସିପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ଶିବସେନା କ୍ଷମତାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe