ବ୍ୟାଗ ଯାଞ୍ଚ କରିବାରୁ ନିର୍ବାଚନ ଆୟୋଗର ଅଧିକାରୀଙ୍କ ଉପରେ ରାଗିଗଲେ ଉଦ୍ଧବ ଠାକରେ

Advertisment

ୟାଭାଟମାଲର ଭାନି ବିମାନବନ୍ଦରରେ ପହଞ୍ଚିବା ପରେ ନିର୍ବାଚନ ଆୟୋଗର ଅଧିକାରୀ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ ଖୋଜାଖୋଜି କରିଥିଲେ। ଯାହାକୁ ନେଇ କ୍ଷପ୍ପା ଉଦ୍ଧବ ଠାକରେ ।

ୟାଭାଟମାଲର ଭାନି ବିମାନବନ୍ଦରରେ ପହଞ୍ଚିବା ପରେ ନିର୍ବାଚନ ଆୟୋଗର ଅଧିକାରୀ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ ଖୋଜାଖୋଜି କରିଥିଲେ। ଯାହାକୁ ନେଇ କ୍ଷପ୍ପା ଉଦ୍ଧବ ଠାକରେ ।

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲଛି। ନଭେମ୍ବର ୨୦ ତାରିଖରେ ୨୮୮ଟି ବିଧାନସଭା ଆସନରେ ଭୋଟିଂ ହେବାର ଅଛି। 

ଗତସୋମବାର ନିର୍ବାଚନ ପ୍ରଚାର ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୟାଭାଟମାଲର ଭାନି ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ସମୟରେ ନିର୍ବାଚନ ଆୟୋଗର ଅଧିକାରୀ ତାଙ୍କ ବ୍ୟାଗ ଖୋଜାଖୋଜି କରିଥିଲେ। ଯାହାକୁ ନେଇ ଉଦ୍ଧବ ଠାକରେ ରାଗି ଯାଇଥିଲେ।

ରାଗିଯାଇ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ କହିଥିଲେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଅତିରିକ୍ତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌, ଅଜିତ ପାୱରଙ୍କ ବ୍ୟାଗର ଯାଞ୍ଚ କରିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ହେଉଥିବା ରାଲିରେ ସାମିଲ ହେବା ପାଇଁ ଆସୁଥିବା ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କର ବ୍ୟାଗ ଖୋଜାଖୋଜି କରିଛନ୍ତି। ଏହି ସମୟ ଏକ ଭିଡିଓ ଦୟାକରି ମୋତେ ଦେଖାଇ ପାରିବେ କି?

ଉଦ୍ଧବଙ୍କ କଥାରେ ଆୟୋଗର ଅଧିକାରୀ କହିଥିଲେ,‘ ନାହିଁ ଆଜ୍ଞା ଏହି ଅଧିକାରୀମାନଙ୍କର କରି ନାହିଁ। ଆସିଥିଲେ ନିଶ୍ଚିୟ କରିଥାଆନ୍ତି।’

ଏହାପରେ ଅଧିକାରୀଙ୍କୁ ଉଦ୍ଧବ କହିଥିଲେ,‘ ମୋର ବ୍ୟାଗରୁ ଯାହାର ଖୋଜିବାର ଅଛି ଖୋଜ। ମୁଁ ଏହାର ଭିଡିଓ କରୁଛି। ପରବର୍ତ୍ତୀ ସମୟରେ ମୁଁ ଆପଣଙ୍କୁ ଖୋଲିବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe