Image Courtesy of Hindustan Times
ମୁମ୍ବାଇ: ‘ମାତୋଶ୍ରୀ’ ବାସଭବନକୁ ବିସ୍ଫୋରଣ କରି ଧ୍ବଂସ କରିଦିଆଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଫୋନ୍ରେ ଧମକ ଦିଆଯାଇଥିବା କଥା ଅଭିଯୋଗ ହୋଇଛି। ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ଦାଉଦ୍ ଇବ୍ରାହିମ୍ଙ୍କ ନାଁରେ ଏହି ଫୋନ୍ କଲ୍ ଆସିଥିବା କଥା କୁହାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଏହି ବାନ୍ଦ୍ରା ବାସଭବନକୁ ଏହି ଧମକପୂର୍ଣ୍ଣ ଫୋନ୍ କଲ୍ କରାଯାଇଥିଲା। ଫୋନ୍ କରିଥିବା ବ୍ୟକ୍ତିଜଣକ ଦାଉଦ୍ ଇବ୍ରାହିମ୍ଙ୍କ ତରଫରୁ ଦୁବାଇରୁ କହୁଛି ବୋଲି କହିଥିଲେ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନ ‘ମାତୋଶ୍ରୀ’ରେ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ଦାଉଦ୍ଙ୍କ ତରଫରୁ କହୁଛି ବୋଲି ସୂଚନା ଦେଇ ‘ମାତୋଶ୍ରୀ’ରେ ଥିବା ଲ୍ୟାଣ୍ଡ୍ଲାଇନ୍କୁ ଦୁଇ ଥର ଫୋନ୍ ଆସିବା ପରେ ସତର୍କତା ପଦକ୍ଷେପସ୍ବରୂପ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିରାପତ୍ତା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
Image Courtesy of ANIଶନିବାର ସକାଳ ପ୍ରାୟ ୧୦. ୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ଠାକ୍ରେଙ୍କ ବାସଭବନରେ ଦୁଇ ଥର ଫୋନ୍ ବାଜିଥିଲା। ଫୋନ୍ କରିଥିବା ବ୍ୟକ୍ତିଜଣକ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁଥିଲେ। ଫୋନ୍ କରିଥିବା ସେ ବ୍ୟକ୍ତିଙ୍କୁ ଆମେ ଠାବ କରିବାକୁ ଉଦ୍ୟମ କରୁଛୁ।
ଫୋନ୍ କଲ୍ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦେବା ପରେ ବଙ୍ଗଳା ବାହାରେ ଅତିରିକ୍ତ ନିରାପତ୍ତା ବଳ ମୁତୟନ କରାଯାଇଥିଲା। ଏ ଘଟଣାରେ କୌଣସି ମାମଲା ରୁଜୁ କରାଯାଇନାହିଁ।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଫୋନ୍ ଦୁବାଇରୁ କି, ଅନ୍ୟ କୌଣସି ସ୍ଥାନରୁ ଆସିଥିଲା ତାହା ଯାଞ୍ଚ କରିବାକୁ ଆମେ ଉଦ୍ୟମ ଚଳାଇଛୁ। ତଦନ୍ତ ଚାଲିଛି।
Follow Us