ଠାକରେ ଓ ସିନ୍ଦେ ଗୋଷ୍ଠୀଙ୍କ ରାଲି ଆରମ୍ଭ, ସିନ୍ଦେଙ୍କୁ ସମର୍ଥନ କରିବାକୁ ପହଞ୍ଚିଲେ ବାଲାସାହେବଙ୍କ ପୁଅ

Advertisment
ଠାକରେ ଓ ସିନ୍ଦେ ଗୋଷ୍ଠୀଙ୍କ ରାଲି ଆରମ୍ଭ, ସିନ୍ଦେଙ୍କୁ ସମର୍ଥନ କରିବାକୁ ପହଞ୍ଚିଲେ ବାଲାସାହେବଙ୍କ ପୁଅ

ମୁମ୍ବାଇ: ଆଜି ଦଶହରା ଅବସରରେ ମୁମ୍ବାଇରେ ଉଭୟ ଶିବସେନା ଦଳର ରାଲି ଅନୁଷ୍ଠିତ ହୋଇଛି। ଶିବସେନାର ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ଶିବାଜୀ ପାର୍କରେ ରାଲି କରୁଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ପକ୍ଷରୁ ବି.କେ.ସିରେ ଏକ ରାଲିର ଆୟୋଜନ କରାଯାଇଛି। ଉଭୟ ଦଳ ରାଲି ଆରମ୍ଭ କରିଥିବା ବେଳେ ସିନ୍ଦେଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଠାକରେ। ସେ କହିଛନ୍ତି ଯେ, ଲୋକମାନେ କଟପ୍ପାଙ୍କୁ କ୍ଷମା କରିବେ ନାହିଁ। ଶିବ ସୈନିକଙ୍କ ସିଂହାସନରେ କେବଳ ଜଣେ ଶିବ ସୈନିକଙ୍କୁ ହିଁ ଅଧିକାର ମିଳିବ।

ଧୋକାବାଜକୁ ଧୋକାବାଜ ହିଁ କୁହାଯିବ ବୋଲି ଉଦ୍ଧବ କହିଛନ୍ତି। ସେ କହିଛନ୍ତି, ସମସ୍ତେ ଏହି ଜିନିଷ ଜାଣିବା ଉଚିତ୍ ଯେ ଶିବସେନାର ସିଂହାସନ ମୋ ଶିବ ସୈନିକଙ୍କର। ଜନସାଧାରଣ କଟପ୍ପାଙ୍କୁ କେବେ କ୍ଷମା କରିବେ ନାହିଁ। ବିଜେପି ମଧ୍ୟ କିଛି ଠିକ୍ କରିନାହିଁ। ସେ ବି ଧୋକା ଦେଇଛି। ସିନ୍ଦେ ଗୋଷ୍ଠୀ ଶିବସେନାର ନାମ ଚୋରି କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏହି ଲୋକମାନେ କେବଳ କିଛି ସମୟ ପାଇଁ କ୍ଷମତାରେ ରହିବେ। ସେମାନଙ୍କର କୌଣସି ଭବିଷ୍ୟତ ନାହିଁ। ଆପଣମାନଙ୍କୁ କାହାକୁ ଭୟ କରିବାର ଆବଶ୍ୟକତା ନାହିଁ କି ମୁଣ୍ଡ ନୁଆଁଇବାର ଆବଶ୍ୟକତା ନାହିଁ।

ଅନ୍ୟପକ୍ଷରେ ବି.କେ.ସିରେ ଏକନାଥ ସିନ୍ଦେଙ୍କ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ରାଲିରେ ବାଲାସାହେବ ଠାକରେଙ୍କ ପୁଅ  ଜୟଦେବ ଠାକରେ ସିନ୍ଦେ ପହଞ୍ଚିଥିବା ଜଣାପଡ଼ିଛି। ଯେଉଁଠାରେ ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ମଞ୍ଚ ସେୟାର କରିଥିବା ଦେଖାଯାଇଛି।

बीकेसी ग्राउंड में पहुंचे सीएम एकनाथ शिंदे aajtak

ତେବେ ରାଲିରେ ଠାକରେଙ୍କୁ ଟାର୍ଗେଟ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କୁ ଟ୍ବିଟ କରି ଟାର୍ଗେଟ କରିଥିଲେ। ହରିବଂଶ ରାୟ ବଚ୍ଚନଙ୍କ ଏକ ପଂକ୍ତିକୁ ଉଦ୍ଧାର କରି ସେ ଟ୍ୱିଟ କରିଛନ୍ତି ଯେ, ମୋ ପୁଅ, ମୋର ଉତ୍ତରାଧିକାରୀ ହେବ ନାହିଁ, ଯିଏ ମୋର ଉତ୍ତରାଧିକାରୀ ହେବ ସେ ମୋର ପୁଅ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe