ଉଦ୍ଧବ ଠାକ୍‌ରେ କୋଭିଡ୍‌ ପଜିଟିଭ୍‌; ଭିଡିଓ କନ୍‌ଫରେନ୍‌ସିଙ୍ଗ ମଧ୍ୟମରେ କ୍ୟାବିନେଟ୍‌ ବୈଠକରେ ଯୋଗଦେବେ

Advertisment
ଉଦ୍ଧବ ଠାକ୍‌ରେ କୋଭିଡ୍‌ ପଜିଟିଭ୍‌; ଭିଡିଓ କନ୍‌ଫରେନ୍‌ସିଙ୍ଗ ମଧ୍ୟମରେ କ୍ୟାବିନେଟ୍‌ ବୈଠକରେ ଯୋଗଦେବେ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଥିବା କଥା ଆଜି ବରିଷ୍ଠ କଂଗ୍ରେସ ନେତା କମଲ୍‌ ନାଥ କହିବା ସହ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ରାଜନୈତିକ ସଙ୍କଟ ବୃଦ୍ଧି ପାଉଥିବା ବେଳେ ସେ ତାଙ୍କୁ ଭେଟିବାକୁ ଅସମର୍ଥ ହୋଇଥବା କଥା କହିଛନ୍ତି।

ଗଣମାଧ୍ୟମକୁ ନାଥ କହିଛନ୍ତି, ଆମେ ଉଦ୍ଧବ ଠାକ୍‌ରେଙ୍କୁ ଭେଟି ଥାଆନ୍ତୁ। କିନ୍ତୁ, ସେ କୋଭିଡ୍‌ ପଜିଟିଭ୍‌ ବାହାରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ଭେଟି ପାରିଲି ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ ମାଧ୍ୟମରେ କଥାବାର୍ତ୍ତା କରିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ଭଙ୍ଗ କରାଯିବାର ପ୍ରସ୍ତାବ ନାହିଁ।

ସେଥିପାଇଁ ଶିବସେନା ନେତା ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ କ୍ୟାବିନେଟ୍‌ ବୈଠକରେ ଯୋଗ ଦେବା ପାଇଁ ସ୍ଥିର କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of NDTV

ଉଲ୍ଲେଖଯୋଗ୍ୟ, ଦଳର ୫୫ଜଣ ବିଧାୟକଙ୍କ ମଧ୍ୟରୁ ୪୦ଜଣ ବିଧାୟକ ଏବଂ ୬ଜଣ ସ୍ବାଧୀନ ବିଧାୟକଙ୍କୁ ନେଇ ବିଦ୍ରୋହୀ ଶିବସେନା ମନ୍ତ୍ରୀ ଏକନାଥ ସିନ୍ଦେ ଆଜି ପ୍ରତ୍ୟୁଷରେ ବିମାନ ଯୋଗେ ବିଜେପି ଶାସିତ ଆସାମର ଗୌହାଟୀକୁ ଯାତ୍ରା କରିଛନ୍ତି।

ସେହିପରି, ଆଜି ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ କୋଭିଡ୍‌-୧୯ ପଜିଟିଭ୍‌ ବାହାରି ଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସର୍ବସାଧାରଣ ସ୍ଥାନମାନଙ୍କରେ ସବୁବେଳେ ‘ଫେସ୍‌ ମାସ୍କ୍‌’ ପିନ୍ଧୁଥିବା ଏବଂ କୋଭିଡ୍‌ ସଂଯମ ଆଚରଣ ଅନୁସରଣ କରୁଥିବା ୮୦ ବର୍ଷିୟ କୋଶ୍ୟାରୀଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ‘ଏଚ୍‌ଏନ୍‌ ରିଲାଏନ୍‌ସ୍‌ ଫାଉଣ୍ଡେସନ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe