India TV
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ଆଜି ପୁଣି ଥରେ ଶିବସେନା ଓ କଂଗ୍ରେସ ମଧ୍ୟରେ ତୁତୁମେଁମେଁ ଆରମ୍ଭ ହୋଇଯାଇଛି। ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ- ଏନ୍ସିପି ମେଣ୍ଟ କରି ସରକାର ଗଠନ କରିଛନ୍ତି। ହେଲେ, ସାବରକରଙ୍କ ଠାରୁ ଆରମ୍ଭ କରି ସିଏଏକୁ ବିରୋଧ ଓ ଆଜିର ଠାକ୍ରେଙ୍କ ଅଯୋଧ୍ୟା ଗସ୍ତ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଉଭୟ ଶିବସେନା ଓ କଂଗ୍ରେସ ମଧ୍ୟରେ ଭୟଙ୍କର ମତୈକ୍ୟ ରହୁଥିବା ଦେଖିବାକୁ ମିଳୁଛି।
News Nationମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ଆଜି ପୁଣି ଥରେ ସେଇ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଠାକ୍ରେଙ୍କ ଅଯୋଧ୍ୟା ଗସ୍ତକୁ କେନ୍ଦ୍ର କରି ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦଳର ଅନ୍ୟ କିଛି ନେତା ଅସନ୍ତୋଷ ବ୍ୟକ୍ତ କରିବା ପରେ ଏହାର ଜବାବ ରଖିଛନ୍ତି ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ୍। ଶ୍ରୀ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ- ଏନ୍ସିପି ମେଣ୍ଟ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପାଇଁ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟାକୁ ଗସ୍ତ କରିଥିଲେ। ଏହା ପଛରେ ଆଉ ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା। ତେଣୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ କୌଣସି ପ୍ରକାର ରାଜନୀତି କରା ନଯାଉ।
Follow Us