ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଖୋଲା ଧମକ; ଆଜି ମୋ ଘର ଭାଙ୍ଗିଛି, କାଲି ତୁମର ଅହଂକାର ଭାଙ୍ଗିବ

Advertisment
ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଖୋଲା ଧମକ; ଆଜି ମୋ ଘର ଭାଙ୍ଗିଛି, କାଲି ତୁମର ଅହଂକାର ଭାଙ୍ଗିବ

ମୁୁମ୍ବାଇ: ନିଜ ପୂର୍ବ ପ୍ରତିଶ୍ରୁତି ମୁତାବକ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଆଜି ଅପରାହ୍ନରେ ମୁମ୍ବାଇରେ ପହଞ୍ଚିଥିଲେ । ଅପରାହ୍ନ ପ୍ରାୟ ୩ଟା ବେଳେ ସେ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଥିଲେ । ଇତି ମଧ୍ୟରେ ବୃହତ ମୁମ୍ବାଇ ମହାନଗରପାଳିକା (ବିଏମସି ) ପକ୍ଷରୁ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସକୁ ଭାଙ୍ଗି ଦିଆଯାଇଛି । ବମ୍ବେ ହାଇକୋର୍ଟ ପକ୍ଷରୁ ଏହି ଭଙ୍ଗା ଉପର ରୋକ ଲଗାଯିବା ସମ୍ପର୍କିତ ଆଦେଶ ଆସିବା ପୂର୍ବରୁ ବିଏମସି ପକ୍ଷରୁ ତାଙ୍କ ଘର ଭଙ୍ଗାକାମ ଶେଷ ହୋଇଯାଇଥିଲା । ତେବେ ମୁମ୍ବାଇ ପହଞ୍ଚିବା ପରେ ବିଏମସିର ଏଭଳି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେକୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ କଙ୍ଗନା। ଏକ ଭିଡିଓ ଜାରି କରି, ଆଜି ମୋ ଘର ଭାଙ୍ଗିଛି, କାଲି ତୁମର ଅହଂକାର ଭାଙ୍ଗିବ ବୋଲି କହିଛନ୍ତି କଙ୍ଗନା।

ଭିଡିଓରେ ସେ କହିଛନ୍ତି, ଉଦ୍ଧବ ଠାକରେ, ଫିଲ୍ମ ମାଫିଆଙ୍କ ସହ ମିଶି ମୋ ଘର ଭାଙ୍ଗି ତୁମେ ମୋଠାରୁ ବଡ଼ ପ୍ରତିଶୋଧ ନେଇଛ ବୋଲି ତୁମକୁ ଲାଗୁଛି କି? ଆଜି ମୋ ଘର ଭାଙ୍ଗିଛି, କାଲି ତୁମର ଅହଂକାର ଭାଙ୍ଗିବ। ସମୟ ସବୁବେଳେ ସମାନ ନଥାଏ। ସମସ୍ତଙ୍କ ପାଇଁ ବଦଳେ, ଏ କଥା ମନେ ରଖିଥିବ। ଏଭଳି କରି ତୁମେ ମୋତେ ବଡ଼ ସାହାଯ୍ୟ କରିଛ। ମୁଁ ଜାଣିଥିଲି କଶ୍ମୀରୀ ପଣ୍ଡିତମାନେ କେଉଁ ପରିସ୍ଥିତି ଦେଇ ଗତି କରିଥିବେ କିନ୍ତୁ ମୁଁ ଆଜି ତାହା ଅନୁଭବ କଲି। ମୁଁ ଦେଶବାସୀଙ୍କ ଆଗରେ ଶପଥ ନେଉଛି ଯେ, ମୁଁ କେବଳ ଅଯୋଧ୍ୟା ନୁହେଁ କଶ୍ମୀର ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe