କ୍ଷମା ମାଗିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

Advertisment
୭୦%ରୁ ଅଧିକ ମାମଲାରେ କୌଣସି ଲକ୍ଷଣ ନାହିଁ: ଊଦ୍ଧବ ଠାକ୍‌ରେ

India TV

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୭୮ରେ ପହଞ୍ଚିଛି। ଭାରତର ପ୍ରଥମ ରାଜ୍ୟଭାବେ ମହାରାଷ୍ଟ୍ରରେ କରୋନା ମାମଲା ୧,୦୦୦ ଟପିଛି। ବୁଧବାର ସକା‌ଳେ ପୁଣି ୬୦ଟି ନୂଆ ମାମଲା ସ୍ପଷ୍ଟ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ରାଜ୍ୟବାସୀଙ୍କୁ ଲକ୍‌ଡାଉନ୍‌ ପାଇଁ କ୍ଷମା ମାଗିଛନ୍ତି। ଶିବସେନା ମୁଖ୍ୟ ଲୋକମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ରାଜ୍ୟରେ କରୋନା ମାମଲା ବଢ଼ି ଚାଲିଥିବାରୁ ଦେଶରେ ପ୍ରଥମ ରାଜ୍ୟଭାବେ ମହାରାଷ୍ଟ୍ରରେ କରୋନା ମାମଲା ୧୦୦୦ ଟପିଥିବାରୁ ଉଦ୍ଧବ ଲୋକମାନଙ୍କୁ ଘରେ ରହିବାପାଇଁ ଅନୁରୋଧ କରିଛନ୍ତି। ଉଦ୍ଧବ କହିଛନ୍ତି, ଲକ୍‌ଡାଉନ୍‌ ପାଇଁ ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ସେ ବୁଝୁଛନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ଆମ ପାଖରେ ଆଉ କିଛି ବାଟ ନାହିଁ। ଆମକୁ ଘରେ ହିଁ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଘରୁ ବାହାରକୁ ‌ବାହାରିଲେ ମାସ୍କ ପିନ୍ଧିବାପାଇଁ ଉଦ୍ଧବ ଅନୁ‌ରୋଧ କରିଛନ୍ତି। ଉଦ୍ଧବ କହିଛନ୍ତି, ଉହାନ୍‌ରେ ଲକ୍‌ଡାଉନ୍‌ ହଟିବା ଏବଂ ସବୁକିଛି ସ୍ବାଭାବିକ ହେବା ଭଲ ଖବର। ଏଥିରୁ ଜଣାପଡ଼ୁଛି ଯେ ଆଗକୁ ଭଲ ସମୟ ଆସୁଛି। ଆଜି ଫେସବୁକ୍‌ରେ ଲୋକମାନଙ୍କୁ ଉଦ୍‌ବୋଧନ ଦେଇ ଉଦ୍ଧବ ଠାକ୍‌ରେ ଲୋକମାନଙ୍କୁ କ୍ଷମା ମାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe