ଏପଟେ ବିଧାୟକଙ୍କୁ ବୈଠକରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ଠାକରେଙ୍କ ସମନ; ସେପଟେ ବିଦ୍ରୋହୀ ପାରିତ କଲେ ସଂକଳ୍ପ

Advertisment
ଏପଟେ ବିଧାୟକଙ୍କୁ ବୈଠକରେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ଠାକରେଙ୍କ ସମନ; ସେପଟେ ବିଦ୍ରୋହୀ ପାରିତ କଲେ ସଂକଳ୍ପ

Image Courtesy: News Live

ମୁମ୍ବାଇ: ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି (ବୁଧବାର) ସନ୍ଧ୍ୟାରେ ଦଳର ବିଧାୟକଙ୍କ ସହ ବୈଠକ ପାଇଁ ଜାରି କରିଥିବା ସମନକୁ ‘ବେଆଇନ’ ବୋଲି କହିଛନ୍ତି ଦଳର ବିଦ୍ରୋହୀ ମନ୍ତ୍ରୀ ତଥା ବିଧାୟକ ଏକନାଥ ସିନ୍ଦେ।

ଶ୍ରୀ ସିନ୍ଦେଙ୍କ ବିଦ୍ରୋହ ପରିପ୍ରେକ୍ଷୀରେ ମହାରାଷ୍ଟ୍ରରେ ବଢୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ସେନା ଏହାର ବିଧାୟକମାନଙ୍କୁ ଏକ ସମନ ଜାରି କରି କହିଛି ଯେ ଆଜି ସନ୍ଧ୍ୟା ୫ଟା ଆୟୋଜିତ ହେବାକୁ ଥିବା ବୈଠକରେ ଯୋଗ ଦେବାରେ ଯଦି କେହି ବି ବିଧାୟକ ଅସମର୍ଥ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ହ୍ଵାଟସଆପ୍‌, ଇମେଲ୍‌ ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପଠାଯାଇଥିବା ଏକ ଚିଠିରେ ଶିବସେନା ପକ୍ଷରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସରକାରୀ ବାସଭବନ ‘ବର୍ଷା’ଠାରେ ଆୟୋଜିତ ହେବାକୁ ଥିବା ଏକ ବୈଠକରେ ସମସ୍ତ ବିଧାୟକଙ୍କୁ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂପ୍ରତି କୋଭିଡ ସଂକ୍ରମିତ ଥିବା ଶ୍ରୀ ଠାକରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଆଶା କରାଯାଉଛି।

ଚିଠିରେ କୁହାଯାଇଛି, ଯଦି ଆପଣ ଆଜି ଅପରାହ୍ନ ୫ଟାରେ ଏହି ବୈଠକରେ ଯୋଗ ନ ଦିଅନ୍ତି, ତେବେ ଅନୁମାନ କରାଯିବ ଯେ ଆପଣ ଦଳ ଛାଡିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଆପଣଙ୍କ ସଦସ୍ୟତା ଆଇନ ଅନୁଯାୟୀ ଆପଣଙ୍କ ଦଳୀୟ ସଦସ୍ୟତାକୁ ବାତିଲ୍‌ କରାଯିବ।

ଅନ୍ୟପକ୍ଷରେ ଦଳର ବିଦ୍ରୋହୀ ବିଧାୟକମାନେ ସରକାରରେ ଦୁର୍ନୀତିକୁ ନେଇ ଅସନ୍ତୋଷ ଜାହିର କରିବା ସହ ସେନାର ଆଦର୍ଶରେ ଆପୋଷ ବୁଝାମଣା କରାଯାଇ ପାରିବ ନାହିଁ ବୋଲି ବିଦ୍ରୋହୀ ବିଧାୟକମାନେ ଏକ ସଂକଳ୍ପ ପାରିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe