ଉଦ୍ଧବ ଠାକ୍‌ରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ କଂଗ୍ରେସ-ଶିବସେନା ସଂପର୍କରେ ଫାଟ

Advertisment
ଉଦ୍ଧବ ଠାକ୍‌ରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ କଂଗ୍ରେସ-ଶିବସେନା ସଂପର୍କରେ ଫାଟ

Hindustan Times

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ଶିବସେନା ଓ କଂଗ୍ରେସ ମଧ୍ୟରେ ତୀବ୍ର ମତଭେଦ ଦେଖିବାକୁ ମିଳିଛି। ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନ୍‌ସିପି ମେଣ୍ଟ ସରକାର ଗଠନ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ଶିବସେନା ମଧ୍ୟରେ ମତ ପାର୍ଥକ୍ୟ ଲକ୍ଷ୍ୟ କରାଯାଉଛି। ଆଜି ଉଦ୍ଧବଙ୍କ ଅଯୋଧ୍ୟା ଗସ୍ତକୁ ନେଇ ମଧ୍ୟ କଂଗ୍ରେସ ଏବଂ ଶିବସେନା ମଧ୍ୟରେ ରାଜନୀତି ଆରମ୍ଭ ହୋଇଛି। ଠାକ୍‌ରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ରାହୁଲ ଗାନ୍ଧିଙ୍କ ସମେତ ଦଳର ଅନ୍ୟ କିଛି ନେତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାଉତ ରାଉତ କହିଛନ୍ତି ଯେ ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନ୍‌ସିପି ମେଣ୍ଟ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପାଇଁ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଗସ୍ତ କରିଥି‌ଲେ। ଏହା ପଛରେ ଆଉ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ରାଜନୀତି ନ କରିବାକୁ ସେ କଂଗ୍ରେସ ନେତାଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe