ଇସ୍ତଫା ଦେବେ ନାହିଁ ଉଦ୍ଧବ ଠାକ୍‌ରେ, ଶିବ ସୈନିକଙ୍କୁ ରାସ୍ତାରେ ଛାଡ଼ିବୁ: ସଞ୍ଜୟ ରାଉତ

ଇସ୍ତଫା ଦେବେ ନାହିଁ ଉଦ୍ଧବ ଠାକ୍‌ରେ, ଶିବ ସୈନିକଙ୍କୁ ରାସ୍ତାରେ ଛାଡ଼ିବୁ: ସଞ୍ଜୟ ରାଉତ

Image Courtesy of India Today

ନୂଆଦିଲ୍ଲୀ: ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବେନାହିଁ ଏବଂ ସେନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବ ବୋଲି ଆଜି ‘ଶିବସେନା’ର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇ କହିଛନ୍ତି।

ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଏବଂ ଜଣେ ବିଦ୍ରୋହୀ ସେନା ବିଧାୟକଙ୍କ ଅଫିସ ଭଙ୍ଗାରୁଜା ହେଉଥିବା ରିପୋର୍ଟ ଆସିବା ପରେ  ଗଣମାଧ୍ୟମକୁ ରାଉତ କହିଛନ୍ତି, ଏହା ହେଉଛି ଶିବ ସୈନିକମାନଙ୍କ କ୍ରୋଧ। ଥରେ ନିଆଁ ଲାଗିଲେ ଲିଭିବ ନାହିଁ। ଶିବସେନା ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବ।

ସୂଚନାଯୋଗ୍ୟ, ଆଜି ଶିବସେନା କର୍ମୀମାନେ ଦଳର ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ ପୁଣେସ୍ଥିତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ସାୱନ୍ତ ଏବେ ଆସାମର ଗୌହାଟୀସ୍ଥିତ ହୋଟେଲ୍‌ରେ ବିଦ୍ରୋହୀ ବିଧାୟକମାନଙ୍କ ସହିତ ଅବସ୍ଥାନ କରୁଛନ୍ତି।

publive-image Image Courtesy of Times Now

ମୁମ୍ବାଇକୁ ପ୍ରତ୍ୟାବର୍ତ୍ତନ କରି ଦଳକୁ ମୁକାବିଲା କରନ୍ତୁ ବୋଲି ମଧ୍ୟ ରାଉତ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀଙ୍କୁ ଆହ୍ବାନ ଦେଇଛନ୍ତି।

ସେ ଓ ତାଙ୍କ ସଙ୍ଗରେ ଥିବା ବିଧାୟକମାନଙ୍କ ପାଇଁ ଥିବା ସୁରକ୍ଷା ବ୍ୟବସ୍ଥା ହଟାଇ ଦେଉଛନ୍ତି ବୋଲି ମହାରାଷ୍ଟ୍ର ସରକାରଙ୍କ ଉପରେ ଦୋଷାରୋପ କରି ସିନ୍ଦେ ପତ୍ର ଲେଖିବା ପରେ ମୁମ୍ବାଇରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ, ଏଭଳି ଅଭିଯୋଗକୁ ମହାରାଷ୍ଟ୍ର ସରକାର ଖଣ୍ଡନ କରିଛନ୍ତି।

ଶିବସେନା କର୍ମୀଙ୍କ ଭଙ୍ଗାରୁଜା କାଣ୍ଡ ସଂକ୍ରାନ୍ତରେ ଅବଗତ ହେବା ପରେ ମୁମ୍ବାଇ ପୁଲିସ ହାଇ ଆଲର୍ଟ ଜାରି କରି ସହରର ସମସ୍ତ ରାଜନୈତିକ କାର୍ଯ୍ୟାଳୟର ନିରାପତ୍ତା ପ୍ରତି ସୁନିଶ୍ଚିତ ରହିବାକୁ ସବୁ ଥାନାକୁ ନିର୍ଦେଶ ଦେଇଛି। ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଅଫିସର୍‌ସ୍ତରୀୟ ପୁଲିସ କର୍ମଚାରୀମାନେ ପ୍ରତ୍ୟେକ ରାଜନୈତିକ କାର୍ଯ୍ୟାଳୟ ପରିଦର୍ଶନ କରିବେ ବୋଲି ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe