ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ଆନନ୍ଦର ବିଷୟ ନୁହେଁ: ବିଦ୍ରୋହୀ ବିଧାୟକ

Advertisment
ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ଆନନ୍ଦର ବିଷୟ ନୁହେଁ: ବିଦ୍ରୋହୀ ବିଧାୟକ

Image Courtesy of NDTV

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେ ଇସ୍ତଫା ଦେବା ଆମ ପାଇଁ ଆନନ୍ଦର ବିଷୟ ନୁହେଁ ବୋଲି ବୁଧବାର ଦିନ ଏକନାଥ ସିନ୍ଦେ ଶିବିରର ଜଣେ ବିଦ୍ରୋହୀ ବିଧାୟକ କହିଛନ୍ତି।

ଶରଦ ପାୱାର୍‌ଙ୍କ ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ ଏବଂ ‘କଂଗ୍ରେସ’ ସହ ଶିବସେନା କରିଥିବା ମେଣ୍ଟର ପ୍ରତିକୂଳ ପରିସ୍ଥିତିରୁ ଏଭଳି ବିବାଦ ଉପୁଜିଲା ବୋଲି ସେ ସୂଚନା ଦେଇଛନ୍ତି। ପ୍ରାଧାନ୍ୟ ବୃଦ୍ଧି ପାଉଥିବା ସେନା ନେତା ସଞ୍ଜୟ ରାଉତଙ୍କ ଭୂମିକା ମଧ୍ୟ ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପାଇଁ ଅସହ୍ୟ ହେଲା ବୋଲି ଦଳର କେତେକ ସଦସ୍ୟ କହୁଛନ୍ତି।

ବିଦ୍ରୋହୀ ଶିବିରର ମୁଖପାତ୍ର ଦୀପକ କେସରକର ଗଣମାଧ୍ୟମକୁ କହିଛନ୍ତି, ଆମେ ଦର୍ଶାଇଥିବା କଥାକୁ ଉଦ୍ଧବ ଠାକ୍‌ରେ ଉପକ୍ଷୋ କଲେ। ଦୁଃଖର ବିଷୟ ‘ଏନ୍‌ସିପି’ ଏବଂ ‘କଂଗ୍ରେସ’ ସହ ଲଢ଼େଇ କରିବା ବେଳେ ଆମେ ଆମ ନିଜ ନେତାଙ୍କ ଉପରେ ବି ରାଗିଗଲୁ।

publive-image Image Courtesy of NDTV

ସେ କହିଛନ୍ତି, ଏହାର କାରଣ ହେଲା ‘ଏନ୍‌ସିପି’ ଏବଂ ସଞ୍ଜୟ ରାଉତ। ସେମାନଙ୍କର ଦୈନିନ୍ଦିନ କାର୍ଯ୍ୟ ଥିଲା କେନ୍ଦ୍ର ସରକାରଙ୍କ ବିରୋଧରେ ବିବୃତି ଦେବା। ଏଥିଯୋଗୁଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କ ଖରାପ ହେଲା।

ଫଳରେ ୪୦ଜଣ ଶିବସେନାର ବିଧାୟକଙ୍କ ସ‌େମେତ ସମୁଦାୟ ୫୦ଜଣ ବିଧାୟକଙ୍କ ସମର୍ଥନ ପାଇ ବିଦ୍ରୋହୀ ବିଧାୟକ ନେତା ଏକନାଥ ସିନ୍ଦେ ଉଦ୍ଧବ ଠାକ୍‌ରେଙ୍କ ମେଣ୍ଟ ସରକାରର ଅବସାନ ଘଟାଇଲେ। ବି‌ଦ୍ରୋହୀ ଗୋଷ୍ଠୀ କହିଛନ୍ତି ଯେ, ସମଭାବାପନ୍ନ ବା ଏକା ଆଦର୍ଶରେ ଅନୁପ୍ରାଣିତ ହେଉ ନ ଥିବା ‘କଂଗ୍ରେସ’ ଏବଂ ‘ଏନ୍‌ସିପି’ ସହ ହୋଇଥିବା ‘ଅପ୍ରାକୃତିକ’ ମେଣ୍ଟରୁ ଓହରି ଆସିବାକୁ ଆମେ ଚାହୁଁଥିଲୁ।

ତେଣେ ୮ ଦିନର ରାଜନୈତିକ ଅସ୍ଥିରତା ପରେ ବୁଧବାର ସନ୍ଧ୍ୟାରେ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ଗତରାତିରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ସହ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବାକୁ ତାଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe