Times of India
ମୁମ୍ବାଇ: ମୁମ୍ବାଇ ପାତ୍ରା ଚାଲ୍ ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ଶିବସେନା ନେତା ତଥ୍ୟ ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କୁ ଭେଟିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଅନୁମତି ମିଳିନାହିଁ। ରାଉତଙ୍କୁ ଆର୍ଥର ରୋଡ୍ ଜେଲ୍ରେ ଭେଟିବା ପାଇଁ ଉଦ୍ଧବ ମାଗିଥିବା ଅନୁମତିକୁ କର୍ତ୍ତୃପକ୍ଷ ମଂଜୁରି ଦେଇନାହାନ୍ତି। ରାଉତଙ୍କୁ ଅଗଷ୍ଟ ୧ ତାରିଖରେ ଇଡି ଗିରଫ କରିଥିଲା ଏବଂ ଅଗଷ୍ଟ ୮ରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିଲା। ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି ସଂଜୟ ରାଉତଙ୍କୁ ଅନ୍ୟ ସାଧାରଣ କଏଦୀଙ୍କ ଭଳି ଭେଟିବା ପାଇଁ ଅନୁମତି ଦିଆଯାଇ ପାରିବ, କିନ୍ତୁ ଏଥିପାଇଁ କୋର୍ଟ ଅନୁମତି ଲୋଡ଼ା। ଉଦ୍ଧବ ଠାକରେ ରାଉତଙ୍କୁ ଭେଟି ୧୫ ମିନିଟ୍ ଆଲୋଚନା କରିବାକୁ ଅନୁମତି ଲୋଡ଼ିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ଏପ୍ରିଲରେ ସଂଜୟ ରାଉତ ଏବଂ ତାଙ୍କ ପତ୍ନୀଙ୍କ ୧୧.୧୫ କୋଟି ଟଙ୍କା ସମ୍ପତ୍ତିକୁ ଇଡି ଜବତ କରିଥିଲା।
Follow Us