ଉଦ୍ଧବଙ୍କ ପୁଣି ଭାବପ୍ରବଣ ଆବେଦନ: ଏବେ ବି ବିଳମ୍ବ ହୋଇନି, ଫେରି ଆସ

Advertisment

ଉଦ୍ଧବ ଫଡ଼ନାବିସଙ୍କୁ ‌‌ଫୋନ୍‌ କରିଥିବା ରିପୋର୍ଟକୁ ଖଣ୍ଡନ କଲା ସେନା‌

ଉଦ୍ଧବ ଫଡ଼ନାବିସଙ୍କୁ ‌‌ଫୋନ୍‌ କରିଥିବା ରିପୋର୍ଟକୁ ଖଣ୍ଡନ କଲା ସେନା‌

ଉଦ୍ଧବଙ୍କ ପୁଣି ଭାବପ୍ରବଣ ଆବେଦନ: ଏବେ ବି ବିଳମ୍ବ ହୋଇନି, ଫେରି ଆସ

Hindustan Times

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌‌ରେ ଗୌହାଟୀରେ ଥିବା ବିଦ୍ରୋହୀ ବିଧାୟକଙ୍କୁ ତୁରନ୍ତ ମୁମ୍ବାଇ ଫେରି ଆସିବାପାଇଁ ଆବେଗପୂର୍ଣ୍ଣ ଅନୁରୋଧ କରିଛନ୍ତି। ଏକ ଭାବପ୍ରବଣ ଅନୁରୋଧ କରି ଠାକ୍‌ରେ କହିଛନ୍ତି, ଶିବସେନା ପରିବାରର ମୁଖ୍ୟ ଭାବେ ଆପଣମାନଙ୍କ ପାଇଁ ମୁଁ ଚିନ୍ତିତ। ଗତ କିଛି ଦିନ ଧରି ଆପଣମାନଙ୍କୁ ବନ୍ଦୀ କରି ରଖାଯାଇଛି। ପ୍ରତିଦିନ ନୂଆ ନୂଆ ଖବର ମିଳୁଛି। ଅଳ୍ପ କିଛି ଜଣ ଏବେ ବି ଯୋଗାଯୋଗ‌ରେ ଅଛନ୍ତି। ଏବେ ବି ଆପଣମାନେ ଶିବସେନା ସହ ହୃଦୟରୁ ଜଡ଼ିତ। ଏବେ ବି ବେ‌ଶି ବିଳମ୍ବ ହୋଇନି। ଆପଣମାନଙ୍କୁ ତୁରନ୍ତ ମୁମ୍ବାଇ ଫେରି ଆସିବାପାଇଁ ଅନୁରୋଧ କରୁଛି। ଠାକ୍‌ରେ କହିଛନ୍ତି, ମୁମ୍ବାଇ ଆସି ମୋ ସହ ଆଲୋଚନା କଲେ ସବୁ ଦ୍ବନ୍ଦ୍ବ ଦୂର ହୋଇଯିବ। ଯଦି ମୁମ୍ବାଇ ଫେରି ମୋ ସହ ଆଲୋଚନା କରିବେ ତେବେ କିଛି ବାଟ ବାହାରି ପାରିବ। ଦଳର ସଭାପତି ଏବଂ ପରିବାରର ମୁଖ୍ୟ ଭାବେ ଏବେ ବି ମୁଁ ଆପଣମାନଙ୍କ ପାଇଁ ଚିନ୍ତିତ ବୋଲି ଠାକରେ ବିଦ୍ରୋହୀ ବିଧାୟକଙ୍କୁ କହିଛନ୍ତି। ଠାକରେ କହିଛନ୍ତି, ଆପଣମାନଙ୍କ ଭାବାବେଗକୁ ମୁଁ ସମ୍ମାନ ଦେଉଛି। ଶିବସେନାରେ ଆପଣଙ୍କୁ ‌ଯେଉଁ ସମ୍ମାନ ମିଳିଛି ତାହା ଅନ୍ୟ‌ କେଉଁଠି ପାଇବ ନାହିଁ।

ଅନ୍ୟପକ୍ଷେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ମଧ୍ୟ ଫୋନ୍‌ କରିଥିବା ଜଣାପଡ଼ିଛି। ସରକାରକୁ ସୁରକ୍ଷା ଦେବାପାଇଁ ଠାକ୍‌ରେ ଫଡ଼ନାବିସଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। କିନ୍ତୁ ଶିବସେନା ଏହି ରିପୋର୍ଟକୁ ଖଣ୍ଡନ କରିଛି। ଶିବସେନା ମୁଖପାତ୍ର ହର୍ସଲ ପ୍ରଧାନ କହିଛନ୍ତି, ସରକାରକୁ ସୁରକ୍ଷା ଦେବାପାଇଁ ଠାକ୍‌ରେ ଫଡ଼ନାବିସଙ୍କୁ ଫୋନ୍‌ କରିଥିବା ଖବର ପ୍ରସାରିତ ହେବାରେ ଲାଗିଛି। ଏହା ଏକ ମିଛ ଖବର। ଉଦ୍ଧବ ଠାକ୍‌ରେ ଫଡ଼ନାବିସଙ୍କ ସହ ଯୋଗାଯୋଗରେ ନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe