ଆଧାର : ଜୁଲାଇ ୧ରୁ ଆରମ୍ଭ ହେବ ମୁହଁ ଚିହ୍ନଟ ବ୍ୟବସ୍ଥା

Advertisment
ଆଧାର ଏକ ଗମ୍ଭୀର ମାମଲା, ଏଥିରେ ତ୍ରୁଟି ରହିଲେ ଗରିବ ଲୋକ ହଇରାଣ ହେବେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଧାର ପରିଚୟକୁ ନେଇ ସରକାର ଆଉ କେତେକ ନୂଆ ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ହେଉଛି ଫେସ୍‌ ରେକଗନିସନ ବା ମୁଖ ଚିହ୍ନଟ ବ୍ୟବସ୍ଥା । ଏହା ଦ୍ୱାରା ବରିଷ୍ଠ ନାଗରିକମାନେ ଉପକୃତ ହେବାର ସମ୍ଭାବନା ରହିଛି ।

ସାଧାରଣତଃ ଆଧାର ଯାଞ୍ଚ ବେଳେ ବରିଷ୍ଠ ନାଗରିକମାନଙ୍କ ଟିପ ଚିହ୍ନ ବେଳେବେଳେ ଚିହ୍ନଟ ହୋଇପାରିନଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ ବରିଷ୍ଠ ନାଗରିକଙ୍କ ଅଙ୍ଗୁଳିରେ କିଛିଟା ପରିବର୍ତ୍ତନ ଆସିଥାଏ । ପୁଣି ଶୀତ ଦିନେ କେତେକ ଲୋକଙ୍କ ଆଙ୍ଗୁଳି ଫାଟିଥାଏ । ଫଳରେ ଆଧାର ଯାଞ୍ଚ ବେଳେ ଟିପଚିହ୍ନ ଦେଲେ ତାହା ଚିହ୍ନଟ ହୋଇପାରିନଥାଏ । ସେ କ୍ଷେତ୍ରରେ ଫେସ୍‌ ରେକଗ୍‌ନିସନ ଟେକନଲୋଜିର ବ୍ୟବହାର କରାଯିବ ବୋଲି ୟୁଆଇଡିଏଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜୁଲାଇ ୧ରୁ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ।

ଆଧାର ପଂଜିକରଣ ବେଳେ ଲୋକମାନଙ୍କର ଟିପଚିହ୍ନ ସହ ମୁହଁ ଓ ରେଟିନା ଫଟୋ ମଧ୍ୟ ନିଆଯାଇଥାଏ । ତେବେ ଯାଞ୍ଚ ବେଳେ କେବଳ ଫେସ ରେକଗନିସନ କରାଯିବ ନାହିଁ । ଏହାକୁ ଅନ୍ୟ ପ୍ରକାରର ଯାଞ୍ଚ ପଦ୍ଧତି ଯଥା ଟିପ ଚିହ୍ନ, ଓଟିପି ଓ ଆଇଆରଆଇଏସ୍‌ (ଆଖି ରେଟିନା) ପଦ୍ଧତି ସହ ମିଳାଇ କରାଯାଏ ।

କିଛିଦିନ ତଳେ ୟୁଆଇଡିଏଆଇ ପକ୍ଷରୁ ଭର୍ଚୁଆଲ ଆଇଡି ବ୍ୟବସ୍ଥା ଆରମ୍ଭ କରାଯିବା ବିଷୟରେ ଘୋଷଣା କରାଯାଇଥିଲା । ଆଧାର ସୁରକ୍ଷା ବ୍ୟବସ୍ଥାରେ ଦୂର୍ବଳତା ଆଶଙ୍କା ଦୂର କରିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe