ଶିବରାତ୍ରୀରେ ୧୮ ଲକ୍ଷରୁ ଅଧିକ ଦୀପ ଜାଳି ଅଯୋଧ୍ୟାର ଗିନିଜ୍‌ ବିଶ୍ବ ରେକର୍ଡ ଭାଙ୍ଗିଲା ଉଜ୍ଜୟିନୀ

ଶିବରାତ୍ରୀରେ ୧୮ ଲକ୍ଷରୁ ଅଧିକ ଦୀପ ଜାଳି ଅଯୋଧ୍ୟାର ଗିନିଜ୍‌ ବିଶ୍ବ ରେକର୍ଡ ଭାଙ୍ଗିଲା ଉଜ୍ଜୟିନୀ

Image Courtesy of Zee News

ଭୋପାଳ: ଶନିବାର ଦିନ ମହା ଶିବରାତ୍ରୀ ଅବସରରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ୧୮.୮୨ ଲକ୍ଷ ମାଟିଦୀପ ଜାଳି ନୂଆ ‘ଗିନିଜ୍‌’ ବିଶ୍ବ ରେକର୍ଡ ସୃଷ୍ଟି କରିଛି।

ଏହାପୂର୍ବରୁ, ଗତବର୍ଷ ଦୀପାବଳିରେ ସର୍ବାଧିକ ଦୀପ ପ୍ରଜ୍ଜ୍ବଳନ କରି ଉତ୍ତର ପ୍ରଦେଶର ଅଯୋଧ୍ୟା ‘ଗିନିଜ୍‌’ ରେକର୍ଡ କରିଥିଲା। ସେଦିନ ଅଯୋଧ୍ୟାରେ ପ୍ରାୟ ୧୫.୭୬ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା।

‘ଗିନିଜ୍‌ ୱାଲର୍ଡ ରେକର୍ଡ’ର ବିଚାରପତି ସ୍ବପ୍ନିଳ ଦଙ୍ଗରିକର୍‌ କହିଛନ୍ତି, ଦ୍ବୀପଗୁଡ଼ିକ ସର୍ବନିମ୍ନ ୫ ମିନିଟ୍‌ ପାଇଁ ଜଳିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ତାହା ସଫଳତାର ସହ ସମ୍ପାଦିତ ହୋଇଛି।

publive-image Image Courtesy of India Post English

ମୁଖ୍ୟତଃ କ୍ଷିପ୍ରା ନଦୀ କୂ‌ଳେ କୂଳେ ପ୍ରଦର୍ଶନ କରାଯାଇଥିବା ଏହି ଦୀପ ପ୍ରଜ୍ଜ୍ବଳନ କାର୍ଯ୍ୟକ୍ରମରେ ପ୍ରାୟ ୨୦, ୦୦୦ରୁ ଅଧିକ ସ୍ବେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଏବଂ ତାଙ୍କ ପତ୍ନୀ ମଧ୍ୟ ଯୋଗ ଦେଇଥିଲେ।

ସହରର ସରକାରୀ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଶନିବାର ଦିନ ଆୟୋଜିତ ଏହି ସମଗ୍ର କାର୍ଯ୍ୟକ୍ରମ ଥିଲା ସମ୍ପୂର୍ଣ୍ଣ ‘ଆବର୍ଜନା ରହିତ’।

ଏଥିସହିତ ଉଜ୍ଜୟିନୀ ମଧ୍ୟ ‘ଶିବଜ୍ୟୋତି ଅର୍ପଣମ୍‌ ୨୦୨୩’ର ଶୁଭାରମ୍ଭ କରିଛି।

ସ୍ମରଣଯୋଗ୍ୟ, ଗତବର୍ଷ ମହାଶିବ ରାତ୍ରୀ ଅବସରରେ ଉଜ୍ଜୟିନୀରେ ପ୍ରାୟ ୧୧,୭୧,୦୭୮ଟି ଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe