ଭୋପାଳ: ମଧ୍ୟପ୍ରଦେଶର ଉଜ୍ଜୟିନୀର ଦୁଇ ଭାଇଙ୍କ ଅନନ୍ୟ ପ୍ରୟାସ ଚର୍ଚ୍ଚାରେ ରହିଛି। ଶଙ୍କରପୁର ଅଞ୍ଚଳରେ ବୀରେନ୍ଦ୍ର କୁଶୱାହ ଏବଂ ପୁଷ୍ପେନ୍ଦ୍ର କୁଶୱାହ ଅନ୍ତରା ଗ୍ରାମର ଫାର୍ମ ଷ୍ଟେ ସହିତ ସ୍କ୍ରାପ୍ ଡିଲର ପରିଚାଳନା ଭାବେ କାମ କରନ୍ତି। 

Advertisment

କିଛି ଦିନ ପୂର୍ବରୁ ଦୁଇଭାଇ ମିଶି ପାଖାପାଖି ୪୦ ଲକ୍ଷ ଟଙ୍କାରେ ଏକ ବଡ଼ ବିଏସଏଫର କାର୍ଗୋ ବିମାନ କିଣିଛନ୍ତି। ଏହି ବିମାନଟି ୧୫ ଫୁଟ ଉଚ୍ଚର ଥିବା ବେଳେ ଲମ୍ବ ୭୦ ଫୁଟ ଓ ଚଉଡା ୧୦୦ ଫୁଟ। ଏହାର ଓଜନ ପ୍ରାୟ ୨୦ ଟନ୍ ରହିଛି।

ଅଧିକପଢ଼ନ୍ତୁ:Indian Air Force: ଚୀନ୍ ବାୟୁସେନାକୁ ପଛରେ ପକାଇଲା ଭାରତ

ବିଏସଏଫର କାର୍ଗୋ ବିମାନକୁ କିଣିଥିବା ପୁଷ୍ପେନ୍ଦ୍ର କୁଶୱାହ କହିଛନ୍ତି,‘ ଏଯାବତ କେବଳ ନାଗପୁର ଏବଂ ଇନ୍ଦୋରରେ ବିମାନ ରେସ୍ତୋରାଁ ଥିବା ଦେଖିବାରକୁ ମିଳିଛି। ଖୁବ ଶୀଘ୍ର ଆମେ ବିଏସଏଫର ଅବସରପ୍ରାପ୍ତ ବିମାନକୁ ଉଜ୍ଜୟିନୀକୁ ଆଣିବୁ।  ବିମାନର ନବୀକରଣ କରାଯାଇ ବିମାନ ଭିତରେ ଏକ ପାଞ୍ଚ କୋଠରୀ ବିଶିଷ୍ଟ କ୍ୟାବିନ୍ ନିର୍ମାଣ କରାଯିବ, ଯାହା ଦ୍ୱାରା ଲୋକମାନେ ସେଠାରେ ସୁବିଧାରେ ରହିପାରିବେ। ଏହି ବିମାନଟି ସହରବାସୀଙ୍କୁ ନୂତନ ସୁବିଧା ଯୋଗାଇବ। ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା ରଖାଯାଇଛି।

ଅଧିକପଢ଼ନ୍ତୁ:Pakistan's War Strategy: ଆମେ ଏକା ସାଙ୍ଗରେ ଆଫ୍‌ଗାନିସ୍ତାନ-ଭାରତ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ଖ୍ୱାଜା ଆସିଫ୍

ବିଏସଏଫର ଏହି କାର୍ଗୋ ବିମାନରେ ୫୫ଜଣ ବସିବାର ସୁବିଧାି ରହିଛି। ଏହାକୁ ବିଏସଏଫ ଯବାନମାନେ ଦୀର୍ଘ ୧୮ବର୍ଷ ଧରି ବ୍ୟବହାର କରିବା ପରେ ଏହା  ୨୦୦୯ରେ ଅବସର ଗ୍ରହଣ କରିଥିଲା। ଏହି ବିମାନଟିକୁ ସୀମାରେ ଯବାନ ଏବଂ ଅଧିକାରୀମାନଙ୍କୁ ନେବା ଆଣିବା କରିବା ପାଇଁ ବ୍ୟବହାର କରାଯାଉଥିଲା। କିଛିଦିନ ହେବ ଏହି ବିମାନଟି ଦିଲ୍ଲୀ ବିମାନବନ୍ଦରରେ ନିଲାମ ହୋଇଛି। ଯାହାକୁ  ରାଜଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍ ଦ୍ୱାରା କିଣାଯାଇଛି।

ଅଧିକପଢ଼ନ୍ତୁ:Caste Census: କର୍ଣ୍ଣାଟକ ଜାତି ସର୍ଭେରୁ ଓହରିଲେ ନାରାୟଣ ମୂର୍ତ୍ତି, ସୁଧା ମୂର୍ତ୍ତି

ujjain| bsf-aircraft |restaurant