ଇସଲାମାବାଦ୍: ଆମେ ଏକା ସାଙ୍ଗରେ ଆଫ୍ଗାନିସ୍ତାନ-ଭାରତ ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ। ପାକିସ୍ତାନର ସମା ଟିଭିକୁ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍। ବୁଧବାର ଆଫଗାନିସ୍ତାନର ତାଲିବାନ ସରକାର ଭାରତ ତରଫରୁ ପାକିସ୍ତାନ ବିରୋଧରେ ଛାୟାଯୁଦ୍ଧ ଲଢ଼ୁଛି ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଅଭିଯୋଗ କରିଥିଲେ। ଏବେ ସେ ଦୁଇ ଦେଶ ସହ ଲଢ଼ିବାକୁ ପ୍ରସ୍ତୁତ ଥିବା କହିଛନ୍ତି।
'ଭାରତ ନିର୍ଦ୍ଦେଶରେ ଆଫ୍ଗାନିସ୍ତାନ ଏଭଳି କରୁଥିବାର ଯଥେଷ୍ଟ ସମ୍ଭାବନା ଅଛି'
ସାକ୍ଷାତକାର ଆଫ୍ଗାନିସ୍ତାନ ସହ ଚାଲିଥିବା ଯୁଦ୍ଧରେ ଭାରତର କୌଣସି ସମ୍ପୃକ୍ତି ରହିଛି କି ବୋଲି ପଚରାଯିବାରୁ ଖ୍ବାଜା ଆସିଫ୍ କହିଥିଲେ ଯେ, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଭାରତ ନିର୍ଦ୍ଦେଶରେ ଆଫ୍ଗାନିସ୍ତାନ ଏଭଳି କରୁଥିବାର ଯଥେଷ୍ଟ ସମ୍ଭାବନା ଅଛି।"
ଆହୁରି ପଢ଼ନ୍ତୁ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨୦୮ ମାଓବାଦୀ
'ରଣନୀତି ପ୍ରସ୍ତୁତ ଅଛି, ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ'
ଯଦି ଦୁଇ ଦେଶ (ଆଫ୍ଗାନିସ୍ତାନ-ଭାରତ) ସହିତ ଯୁଦ୍ଧ ହୁଏ, ତେବେ ଏହାର କିପରି ମୁକାବିଲା କରିବେ ସେ ବିଷୟରେ ଆପଣ ପ୍ରଧାନମନ୍ତ୍ରୀଙ୍କ ସହ କୌଣସି ବୈଠକ କରିଛନ୍ତି କି? ବୋଲି ପ୍ରଶ୍ନ କରାଯିବା ପରେ ଆସିଫ୍ କହିଥିଲେ ଯେ, "ହଁ, ରଣନୀତି ପ୍ରସ୍ତୁତ ଅଛି। ମୁଁ ସେଗୁଡ଼ିକ ବିଷୟରେ ସାର୍ବଜନୀନ ଭାବରେ ଆଲୋଚନା କରିପାରିବି ନାହିଁ। କିନ୍ତୁ ଆମେ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ।"
ଆହୁରି ପଢ଼ନ୍ତୁ: ଖେସାରୀ ଲାଲ୍ ଯାଦବ ଲଢ଼ିବେ ନିର୍ବାଚନ, ଖୁବଶୀଘ୍ର କରିବେ ନାମାଙ୍କନ
ଏହା ପୂର୍ବରୁ ବୁଧବାର ରାତିରେ ଜିଓ ନ୍ୟୁଜ୍କୁ ଦେଇଥିବା ସାକ୍ଷାତ୍କାରରେ ଆସିଫ୍ କହିଥିଲେ, ଅସ୍ତ୍ରବିରତି ଜାରି ରହିବ କି ନାହିଁ ସେ ନେଇ ମୋର ସନ୍ଦେହ ଅଛି, କାରଣ ଆଫଗାନିସ୍ତାନର ତାଲିବାନକୁ ଦିଲ୍ଲୀ ପ୍ରାୟୋଜିତ କରୁଛି। ବର୍ତ୍ତମାନ କାବୁଲ ଦିଲ୍ଲୀ ପାଇଁ ଛାୟା ଯୁଦ୍ଧ ଲଢୁଛି ବୋଲି ସେ କହିଥଇଲେ।
khawaja-asif | pakistan | afghanistan | War