ଦୁଇ ବୋତଲ ମଦ ପିଇବା ପରେ ନିଶା ନହେବାରୁ ଅପମିଶ୍ରଣର ଅଭିଯୋଗ ଆଣିଲେ ଯୁବକ

Advertisment
ଦୁଇ ବୋତଲ ମଦ ପିଇବା ପରେ ନିଶା ନହେବାରୁ ଅପମିଶ୍ରଣର ଅଭିଯୋଗ ଆଣିଲେ ଯୁବକ

ଉଜ୍ଜୈନ: ମଦରେ ଅପମିଶ୍ରଣ ହୋଇଥିବା ନେଇ ଅଭିଯୋଗ ଆଣିଲେ ଯୁବକ। ଦୁଇ ବୋତଲ ମଦ ପିଇବା ପରେ ବି ତାଙ୍କୁ ନିଶା ହୋଇନଥିବା କହି ମଧ୍ୟପ୍ରଦେଶର ଉଜ୍ଜୈନରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ଅପମିଶ୍ରିତ ମଦ ଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଅବକାରୀ କମିଶନର ଏହି ଘଟଣାର ତଦନ୍ତ କରିବାକୁ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କହିଛନ୍ତି।

ଉଜ୍ଜୈନରେ ବାହାଦୁରଗଞ୍ଜ ଅଞ୍ଚଳର ଲୋକେଶ ସୋଠିଆ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ସେ ଏପ୍ରିଲ ୧୨ରେ ଏକ ଦୋକାନରୁ ସିଲ୍ ଥିବା ଚାରିଟି ଦେଶୀ ମଦ ବୋତଲ କିଣିଥିଲେ। ସେ ଏବଂ ତାଙ୍କ ସାଙ୍ଗ ଦୁଇ ବୋତଲ ମଦ ପିଇଥିବା ବେଳେ ସୋଠିଆଙ୍କୁ ନିଶା ହୋଇନଥିଲା। ମଦ ବୋତଲରେ ପାଣି ମିଶାଯାଉଥିବାରୁ ତାଙ୍କୁ ନିଶା ହୋଇନଥିବା ଅଭିଯୋଗ କରିଛନ୍ତି ସୋଠିଆ।

ବାକି ଦୁଇଟି ବୋତଲର ସିଲ୍ ଖୋଲିନାହିଁ। ଦରକାର ହେଲେ ପ୍ରମାଣ ଆକାରରେ ମୁଁ ତଦନ୍ତ କରୁଥିବା ଅଧିକାରୀଙ୍କୁ ଦେବି ବୋଲି କହିଛନ୍ତି ସୋଠିଆ। ସେ ଆହୁରି କହିଛନ୍ତି ଯେ, ଖାଦ୍ୟ ସାମଗ୍ରୀ, ତେଲ ଏବଂ ଅନ୍ୟାନ୍ୟ ଜିନିଷରେ ଅପମିଶ୍ରଣର ଖବର ସାମ୍ନାକୁ ଆସୁଛି, କିନ୍ତୁ ବର୍ତ୍ତମାନ ମଦରେ ମଧ୍ୟ ଅପମିଶ୍ରଣ କରାଯାଉଛି। ଏହା ଠିକ୍ ନୁହେଁ। ମୁଁ ଗ୍ରାହକ ଫୋରମକୁ ଯିବି। ମୁଁ ଗତ ଦୁଇ ଦଶନ୍ଧି ଧରି ସେ ମଦ ପିଉଛି। ଏହାର ସ୍ୱାଦ ଓ ଗୁଣ ବିଷୟରେ ମୋତେ ଭଲଭାବେ ଜଣା। ସେଥିପାଇଁ ମୁଁ ଜାଣିପାରିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe