ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଓ୍ଵାର୍କ ଭିସା’ କୋହଳ କଲା ଇଂଲଣ୍ଡ

Advertisment

Image Courtesy of TOI

ମୁମ୍ବାଇ: ଜାନୁଆରି ୧୧ ତାରିଖ ଠାରୁ ନୂତନ ପ୍ରବାସବାସ ନୀତି ଲାଗୁ ହେଉଥିବାରୁ ଇଂଲଣ୍ଡ୍‌ରେ ଥିବା ବିଦେଶୀ ଛାତ୍ରଛାତ୍ରୀମାନେ ଏଥର ସହଜରେ ଓ୍ଵାର୍କ ଭିସା ପାଇ ପାରିବେ।

ନୂତନ ନୀତି ଅନୁସାରେ ବିଦେଶୀ ଛାତ୍ରଛାତ୍ରୀମାନେ ସେମାନଙ୍କ କୋର୍ସ ଶେଷ କରିବା ମାତ୍ରେ ସେମାନଙ୍କ ଭିସାକୁ ଟାୟର୍‌-ଟୁ ଭିସା ବା ସ୍କିଲ୍‌ଡ୍‌ ଓ୍ଵାର୍କର୍‌ ଭିସାକୁ ପରିବର୍ତ୍ତନ କରି ପାରିବେ। ପ୍ରଚଳିତ ନିୟମ ଅନୁସାରେ, ଟାୟର୍‌-ଟୁ ଭିସା ପାଇବା ନିମନ୍ତେ ଆବେଦନ କରିବା ପାଇଁ ସେମାନଙ୍କୁ ଡିଗ୍ରୀ ପାଇଲା ଯାଏ ଅପେକ୍ଷା କରିବାକୁ ପଡୁଛି। ତେଣୁ ଇଂଲଣ୍ଡ୍‌ରେ ଥିବା ଛାତ୍ରଛାତ୍ରୀମାନେ ଚାକିରି ଖଣ୍ଡେ ଯୋଗାଡ଼ କରିବା ପାଇଁ ଏଥି ଯୋଗୁଁ ଖୁବ୍‌ କମ୍‌ ସମୟ ପାଆନ୍ତି।

publive-image Image Courtesy of TOI

ଉଦାହରଣ ସ୍ୱରୂପ, ସ୍ନାତକୋତ୍ତର ଡିଗ୍ରୀ ଭଳି ଉଚ୍ଚ ଶିକ୍ଷା ପାଇଁ ଆସିଥିବା ଛାତ୍ରଛାତ୍ରୀମାନେ କୋର୍ସ ସାରିବା ପରେ ଚାକିରି ଖଣ୍ଡେ ପାଇବା ନିମନ୍ତେ ଭିସା ପାଇଁ ଆବେଦନ ସକାଶ ସେମାନଙ୍କ ସନ୍ଦର୍ଭ ମାର୍କ ହେବା ଯାଏଁ କିଂବା ଡିଗ୍ରୀ ମିଳିବା ଯାଏଁ ଅପେକ୍ଷା କରନ୍ତି।

ଏ ପ୍ରସଙ୍ଗ ବୁଝାଇବାକୁ ଯାଇ ‘ଇଓ୍ଵାଇ-ୟୁକେ’ର ନିଉଜ୍‌ଲେଟର୍‌ କହେ: ଏହି ନୂତନ ନିୟମ ଫଳରେ ଛାତ୍ରଛାତ୍ରୀମାନେ କିଛି ମାସ ପୂର୍ବରୁ ଟାୟର୍‌-ଟୁ ଭିସା ପାଇଁ ଆବେଦନ କରିବାକୁ ସମର୍ଥ ହେବେ। ଇଂଲଣ୍ଡର ୪ଟି ବଡ଼ ବିଜ୍‌ନେସ୍‌ କନ୍‌ସଲ୍‌ଟାନ୍‌ସି ମଧ୍ୟରୁ ‘ଇଓ୍ଵାଇ-ୟୁକେ’ ଅନ୍ୟତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe