ନଭେମ୍ବର ମାସରେ ମିଳିବ ଅକ୍ସଫୋର୍ଡ କୋଭିଡ୍‌ ଟିକା, ପ୍ରସ୍ତୁତ ରହିବାକୁ ଇଂଲଣ୍ଡ୍‌ ଡାକ୍ତରଖାନାକୁ ନିର୍ଦ୍ଦେଶ : ରିପୋର୍ଟ

Advertisment
ନଭେମ୍ବର ମାସରେ ମିଳିବ ଅକ୍ସଫୋର୍ଡ କୋଭିଡ୍‌ ଟିକା, ପ୍ରସ୍ତୁତ ରହିବାକୁ ଇଂଲଣ୍ଡ୍‌ ଡାକ୍ତରଖାନାକୁ ନିର୍ଦ୍ଦେଶ : ରିପୋର୍ଟ

ଲଣ୍ଡନ: ‘ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ’ ଏବଂ ଫାର୍ମା କମ୍ପାନି ‘ଆଷ୍ଟ୍ରାଜେନିକା ପିଏଲ୍‌ସି’ ଦ୍ବାରା ବିକଶିତ କୋଭିଡ୍ ଟିକାର ପ୍ରଥମ ବ୍ୟାଚ୍ ଗ୍ରହଣ କରିବା ଲାଗି ପ୍ରସ୍ତୁତ ରହିବାକୁ ଲଣ୍ଡନ୍‌ର ଏକ ପ୍ରମୁଖ ହସ୍ପିଟାଲ‌ର କର୍ମଚାରୀମାନଙ୍କୁ କୁହାଯାଇଥିବା କଥା ସୋମବାର ଦିନ ‘ଦି ସନ୍‌’ ଖବରକାଗଜ ରିପୋର୍ଟ କରିଛି।

‘ନଭେମ୍ବର ୨ ତାରିଖରୁ ଆରମ୍ଭ ହେଉଥିବା ସପ୍ତାହ’ରୁ ଟିକା ଗ୍ରହଣ ଲାଗି ପ୍ରସ୍ତୁତ ରହିବା ପାଇଁ ଡାକ୍ତରଖାନାକୁ କୁହାଯାଇଛି ବୋଲି ‘ଦି ସନ୍‌’ ପ୍ରକାଶ କରିଛି।

ବିଶ୍ବବ୍ୟାପୀ ୧.୧୫ ନିୟୁତ ଜନତାଙ୍କ ମୃତ୍ୟୁର କାରଣ ହେବା ସହ ବିଶ୍ବ ଅର୍ଥନୀତି ଉପରେ ପ୍ରହାର କରି ସ୍ବାଭାବିକ ଜୀବନଯାପନ ଧାରାରେ ବାଧା ସୃଷ୍ଟି କରିଥିବା କରୋନାଭାଇରସ୍  ଉପରେ ନିୟନ୍ତ୍ରଣ ଲାଗି କାମ କରୁଥିବା ଯେକୌଣସି ଟିକାର ପ୍ରଚଳନକୁ ସାମ୍ପ୍ରତିକ ପରିସ୍ଥିତିରେ ଏକ  ଯୁଗାନ୍ତକାରୀ ପଦକ୍ଷେପ  ଭାବେ ବିବେଚନା କରାଯିବ।

publive-image Image Courtesy of The Scientist Magazine

ବିଶ୍ବର ଜଣାଶୁଣା ତଥା ବୃହତ ଫାର୍ମା କମ୍ପାନି ଆଷ୍ଟ୍ରାଜେନିକା ପିଏଲ୍‌ସି ଦ୍ବାରା ପ୍ରସ୍ତୁତ  ‘ଅକ୍ସଫୋର୍ଡ‌ ଟିକା’ ଇତିମଧ୍ୟରେ ‘ରେଗୁଲେଟୋରି ଆପ୍ରୋଭାଲ୍‌’ ବା ‘ନିୟନ୍ତ୍ରଣକାରୀଙ୍କ ଅନୁମୋଦନ’ ହାସଲ କରିସାରିଛି। ଏହାଛଡ଼ା  ‘ଫାଇଜର୍’ ଏବଂ ‘ବାୟୋଏନ୍‌ଟେକ୍‌’ ଭଳି ବଡ଼  ଫାର୍ମା କମ୍ପାନି ପ୍ରସ୍ତୁତ ଟିକା ମଧ୍ୟ ‘ରେଗୁଲେଟୋରି ଆପ୍ରୋଭାଲ୍‌’ ପାଇଥିବା ସୂଚନା ମିଳିଛି।

‘ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ’ ଏବଂ ‘ଆଷ୍ଟ୍ରାଜେନିକା ପିଏଲ୍‌ସି’ଙ୍କଦ୍ବାରା ବିକଶିତ ଏହି ଟିକା ବୟସ୍କ ଲୋକମାନଙ୍କ ଶରୀରରେ ମଧ୍ୟ ଉତ୍ତମ ରୋଗ ପ୍ରତିରୋଧକଶକ୍ତି ଉତ୍ପାଦନ କରୁଥିବା କଥା ସୋମବାର ଦିନ ‘ଦି ଫାଇନାନ୍‌ସିଆଲ୍‌ ଟାଇମ୍ସ’ ପ୍ରକାଶ କରିଛି। ଏହି ଦୃଷ୍ଟିରୁ ଇଂଲଣ୍ଡବାସୀ ତଥା ବିଶ୍ବର ବିଭିନ୍ନ ଦେଶରେ ‘ଅକ୍ସଫୋର୍ଡ‌ ଟିକା’କୁ ନେଇ ଆଶା ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe