ଇଂଲଣ୍ଡର ରାଜନେତାମାନେ ‘ପର୍ଣ୍ଣ’ ଦେଖିବାରେ ଆସକ୍ତ! ପାର୍ଲାମେଣ୍ଟରେ ଥିବା ବେଳେ ବି ପର୍ଣ୍ଣ ସର୍ଚ୍ଚ କରନ୍ତି !

Advertisment
ଇଂଲଣ୍ଡର ରାଜନେତାମାନେ ‘ପର୍ଣ୍ଣ’ ଦେଖିବାରେ ଆସକ୍ତ! ପାର୍ଲାମେଣ୍ଟରେ ଥିବା ବେଳେ ବି ପର୍ଣ୍ଣ ସର୍ଚ୍ଚ କରନ୍ତି !

www.indiatimes.com

ଲଣ୍ଡନ: ୟୁକେ (ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌) ବା ଇଂଲଣ୍ଡର ରାଜନେତାମାନେ କାମୋତ୍ତେଜନା ବୃଦ୍ଧିକାରୀ ଯୌନଚିତ୍ର (ପର୍ଣ୍ଣ) ଦେଖିବାରେ ଆସକ୍ତ। ଆଉ ଏମାନଙ୍କର ଆସକ୍ତିର ପରିମାଣ ଏତେ ଯେ ପାର୍ଲିଆମେଣ୍ଟରେ ଥିବା କାଳରେ ମଧ୍ୟ ଇଣ୍ଟରନେଟ୍‌ରେ ଏମାନେ ପର୍ଣ୍ଣ ସାଇଟ୍‌ ସବୁକୁ ରୀତିମତ୍‌ ଖୋଜିବାରେ ଲାଗି ପଡ଼ିଥାଆନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥା ବ୍ରିଟେନ୍‌’ସ୍‌ ପ୍ରେସ୍‌ ଆସୋସିଏସନ୍‌ (ପିଏ) ସୂତ୍ରରୁ ହସ୍ତଗତ ହୋଇଥିବା ଏକ ରିପୋର୍ଟରୁ ଜଣାଯାଇଛି ଯେ ଗତ ୨୦୧୭ରେ ୟୁକେ ପାର୍ଲାମେଣ୍ଟରୁ ଦୈନିକ ଅନ୍ୟୂନ ୧୬୦ଟି ଅନୁରୋଧ ଇଣ୍ଟରନେଟ୍‌ ପର୍ଣ୍ଣ ସାଇଟ୍‌ ପାଇଁ ପଠା ଯାଇଥିଲା।

publive-image www.indiatimes.com

ଏହି ସୂତ୍ରରୁ ପ୍ରକାଶ ଯେ ଗତ ଜୁନ୍‌ ମାସରେ ହୋଇଥିବା ନିର୍ବାଚନ ପରେ ବର୍ତ୍ତମାନ ସୁଦ୍ଧା ପାର୍ଲାମେଣ୍ଟ ଇଣ୍ଟରନେଟ୍‌ ନେଟ୍‌ଓ୍ଵାର୍କ ମାଧ୍ୟମରେ ନେତାମାନେ ସର୍ବମୋଟ ୨୪,୪୭୩ ଥର ଇଣ୍ଟରନେଟ୍‌ ଲାଇଭ୍‌ ପର୍ଣ୍ଣ ସାଇଟ୍‌ ସବୁକୁ ଭିଜିଟ୍‌ କରିଛନ୍ତି। ଦୈନିକ ପ୍ରାୟ ୧୬୦ଟି ଅନୁରୋଧ ଇଣ୍ଟରନେଟ୍‌ରେ ଅନ୍‌ଲାଇନ୍‌ ପର୍ଣ୍ଣ ସାଇଟ୍‌ ପାଇଁ ପାର୍ଲିଆମେଣ୍ଟରୁ ପଠାଯାଇଛି। ପାର୍ଲାମେଣ୍ଟରେ ଥିବା ଇଣ୍ଟରନେଟ୍‌ ନେଟ୍‌ଓ୍ଵାର୍କକୁ କେବଳ ମାତ୍ର ସାଂସଦ ଓ ମନ୍ତ୍ରୀମାନେ ବ୍ୟବହାର କରିଥାଆନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ,ପୂର୍ବରୁ ଇଂଲଣ୍ଡର ଜନୈକ ମନ୍ତ୍ରୀ ଡାମିଏନ୍‌ ଗ୍ରିନ୍‌ ତାଙ୍କ େଓ୍ଵଷ୍ଟମିନିଷ୍ଟର କାର୍ଯ୍ୟାଳୟର ସରକାରୀ କମ୍ପ୍ୟୁଟରରେ ବହୁ କାମୋତ୍ତେଜନା ବୃଦ୍ଧିକାରୀ ଯୌନଚିତ୍ର ମହଜୁଦ୍‌ ରଖିଥିବା ବେଳେ ପୁଲିସ୍‌ ହାତରେ ଧରା ପଡ଼ିବା ପରେ ପ୍ରଧାନମନ୍ତ୍ରୀ ଥେରେସା ମେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କୃତ କରିଥିଲେ। ଏହି ଘଟଣା ପରେ ଏବେ ପାର୍ଲାମେଣ୍ଟ ଇଣ୍ଟରନେଟ୍‌ ନେଟ୍‌ଓ୍ଵାର୍କରୁ ସବୁ ଅନ୍‌ଲାଇନ୍‌ ପର୍ଣ୍ଣ ସାଇଟ୍‌କୁ ବ୍ଲକ୍‌ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe