ଆଇସିଜେ ବିଚାରପତି ନିର୍ବାଚନ; ଅନ୍ତରଙ୍ଗ ବନ୍ଧୁ ଭାରତ ଜିଣିଥିବାରୁ ଆନନ୍ଦିତ: ଇଂଲଣ୍ଡ୍‌

Advertisment
ଆଇସିଜେ ବିଚାରପତି ନିର୍ବାଚନ; ଅନ୍ତରଙ୍ଗ ବନ୍ଧୁ ଭାରତ ଜିଣିଥିବାରୁ ଆନନ୍ଦିତ: ଇଂଲଣ୍ଡ୍‌

Image Courtesy of Deccan Herald

ଜାତିସଂଘ: ଇଣ୍ଟର୍‌ନ୍ୟାସ୍‌ନାଲ୍‌ କୋର୍ଟ ଅପ୍‌ ଜଷ୍ଟିସ୍‌କୁ ପୁନଃନିର୍ବାଚିତ ହୋଇଥିବାରୁ ବ୍ରିଟେନ୍‌ ଜଷ୍ଟିସ୍‌ ଦଳବୀର ଭଣ୍ଡାରିଙ୍କୁ ଶୁଭେଚ୍ଛା ଜ୍ଞାପନ କରି କହିଛି ଯେ ଜାତିସଂଘ ଏବଂ ବିଶ୍ୱସ୍ତରରେ ସେ ନିବିଡ଼ ଭାବେ ଭାରତକୁ ସହଯୋଗ କରି ଚାଲିବ।

ବ୍ରିଟେନ୍‌ ନିଜର ପ୍ରାର୍ଥୀ ପ୍ରତ୍ୟାହାର କରି ନେବାରୁ ହଗ୍‌ସ୍ଥିତ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ର ଶେଷ ଆସନ ଲାଗି ଭଣ୍ଡାରି ପୁନଃନିର୍ବାଚିତ ହୋଇଛନ୍ତି।

ନିଉୟର୍କସ୍ଥିତ ଜାତିସଂଘ ମୁଖ୍ୟାଳୟରେ ପୃଥକ୍‌ ଏବଂ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବା ପରେ ଭାରତର ପ୍ରାର୍ଥୀ ଭଣ୍ଡାରି ଜେନେରାଲ୍‌ ଆସେମ୍ବ୍ଲିରେ ୧୮୩-୧୯୩ ଖଣ୍ଡ ଭୋଟ୍‌ ଏବଂ ନିରାପତ୍ତା ପରିଷଦ୍‌ର ସମସ୍ତ ୧୫ ଖଣ୍ଡ ଭୋଟ୍‌ ପାଇଥିଲେ।

ଜାତିସଂଘକୁ ବ୍ରିଟେନ୍‌ର ସ୍ଥାୟୀ ପ୍ରତିନିଧି ମାଥ୍ୟୁ ରିକ୍ରଫ୍‌ଟ୍‌ ଏକ ବିବୃତିରେ କହିଛନ୍ତି: ଇଣ୍ଟର୍‌ନ୍ୟାସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ ନିମନ୍ତେ ଜଣେ ବିଚାରପତି ପ୍ରାର୍ଥୀ ରୂପେ ସାର୍‌ କ୍ରିସ୍‌ ଗ୍ରିନ୍‌ଉଡ୍‌ଙ୍କୁ ପ୍ରତ୍ୟାହାର କରିବାକୁ ଇଂଲଣ୍ଡ ସ୍ଥିର କରିଥିଲା।

ଅଧିକ ରାଉଣ୍ଡ୍‌ ନିର୍ବାଚନ କରାଇ ନିରାପତ୍ତା ପରିଷଦ୍‌ ଏବଂ ଜାତିସଂଘ ସାଧାରଣ ପରିଷଦ୍‌ର ମୂଲ୍ୟବାନ ସମୟ ବ୍ୟୟ କରାଇବା ଅନୁଚିତ ବୋଲି ଇଂଲଣ୍ଡ ବିଚାର କରିଥିଲା।

ଭାରତର ଭଣ୍ଡାରିଙ୍କ ସମେତ ସମସ୍ତ ବଜୟୀ ପ୍ରାର୍ଥୀଙ୍କୁ ବ୍ରିଟେନ୍‌ ଅଭିନନ୍ଦନ ଜଣାଇଛି ବୋଲି ସେ କହିଛନ୍ତି।

ପୂର୍ବରୁ ଜଣା ପଡୁଥିଲା ଯେ ଭଣ୍ଡାରି ଏବଂ ଗ୍ରିନ୍‌ଉଡ୍‌ଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ।

ରିକ୍ରଫ୍‌ଟ୍‌ କହିଛନ୍ତି: ଆମେ ହତାଶ ହେବା ସ୍ୱାଭାବିକ, କିନ୍ତୁ ଛଅ ଜଣ ବଳୁଆ ପ୍ରାର୍ଥୀଙ୍କୁ ନେଇ ତାହା ଥିଲା ଏକ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ର।

ଯଦି ବ୍ରିଟେନ୍‌ ଏହି ଦୌଡ଼ରେ ଜିଣି ନ ପାରି ଥାଆନ୍ତା, ଇଂଲଣ୍ଡ୍‌ ପରିବର୍ତ୍ତେ ଏହାର ପରମ ବନ୍ଧୁ ଭାରତ ଜିଣି ଥିବାରୁ ଖୁସି ଆମେ ଖୁସି। ଆମେ ଭାରତକୁ ଆନ୍ତରିକ ସହଯୋଗ କରିବୁ, ଜାତିସଂଘରେ ଏବଂ ବିଶ୍ୱସ୍ତରରେ।

ସମ୍ମାନଜନକ ବିଶ୍ୱ ଅଦାଲତ୍‌ ନିର୍ବାଚନରୁ ବ୍ରିଟେନ୍‌ର ପ୍ରତ୍ୟାହାର ଅର୍ଥ ଇତିହାସରେ ପ୍ରଥମ ଥର ଲାଗି ଜାତିସଂଘର ସବୁଠୁ ଶକ୍ତିଶାଳୀ ଅଦାଲତ୍‌ରେ ବ୍ରିଟିଶ୍‌ ଜଜ୍‌ ରହିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe