Image Courtesy of NDTV
ଲଣ୍ଡନ୍: ଟିକା ନେବା ନିରାପଦ ବୋଲି ସର୍ବସାଧାରଣଙ୍କୁ ସୁନିଶ୍ଚିତ କରାଇବାକୁ ଶୁକ୍ରବାର ଦିନ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆଷ୍ଟ୍ରାଜେନିକା କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ପ୍ରାୟ ବର୍ଷେ ତଳେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରିଥିବା ‘ସେଣ୍ଟ୍ ଟୋମାସ୍ ହସ୍ପିଟାଲ୍’ରେ ବୋରିସ୍ ଜନ୍ସନ୍ ଏହି ଟିକା ନେଇଛନ୍ତି।
ଟିକା ନେଇ ସାରିବା ପରେ ଡାଉନିଙ୍ଗ୍ ଷ୍ଟ୍ରିଟ୍ ବାସଭବନ ନିକଟରେ ଥିବା କେନ୍ଦ୍ରୀୟ ଲଣ୍ଡନ୍ର ଏହି ହସ୍ପିଟାଲ୍ରେ ୫୬ ବର୍ଷିୟ ଜନ୍ସନ୍ ସାମ୍ବାଦିକମାନଙ୍କୁ କହିଲେ, ସତରେ ମତେ ତିଳେମାତ୍ର କଷ୍ଟ ହେଲାନାହିଁ। ଖୁବ୍ ଭଲ ଭାବେ ଅତି ଚଞ୍ଚଳ ଟିକା ଫୋଡ଼ାଗଲା।
Image Courtesy of The Press Democratଟିକା ପାଇବାକୁ ‘ନୋଟିଫିକେସନ୍’ ପାଇବା ମାତ୍ରେ ଯାଇ ଟିକା ନିଅନ୍ତୁ। ଏଇଟା ଆପଣଙ୍କ ପାଇଁ, ପରିବାର ପାଇଁ ଏବଂ ସମସ୍ତଙ୍କ ପାଇଁ ସର୍ବୋତ୍ତମ ବୋଲି ଜନ୍ସନ୍ କହିଛନ୍ତି।
ଟିକା ନେବା ସମ୍ବନ୍ଧରେ ଟୁଇଟ୍ କରି ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଏଇମାତ୍ର ଅକ୍ସଫୋର୍ଡ/ଆଷ୍ଟ୍ରାଜେନିକା ଟିକାର ପ୍ରଥମ ଡୋଜ୍ ନେଲି। ଟିକାକୁ ସମ୍ଭବ କରାଇଥିବା ଚମତ୍କାରୀ ବୈଜ୍ଞାନିକ, ଏନ୍ଏଚ୍ଏସ୍ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ।
ଆଷ୍ଟ୍ରାଜେନିକା ଟିକା ଓ ଫାଇଜର୍ ଟିକା ନିରାପଦ ବୋଲି ପୂର୍ବରୁ ଜନ୍ସନ୍ କହିଥିଲେ।
Follow Us