Starmer refutes Trump's warning Photograph: (sambad.in)
ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାରମର୍ ଚୀନ୍ ସହିତ ଉତ୍ତମ ସମ୍ପର୍କ ଓ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହିତ ବ୍ରିଟେନର ସମ୍ପର୍କକୁ ବିପଦପୂର୍ଣ୍ଣ ବୋଲି କହିଥିଲେ। ତେବେ ଷ୍ଟାର୍ମର ଏହାକୁ ଖଣ୍ଡନ କରିଥିଲେ। ଷ୍ଟାର୍ମର ଆମେରିକୀୟ ଦଳ ସହିତ ଆଲୋଚନା କରିବା ପରେ ଚୀନ୍ ଗସ୍ତ କରିଥିବା ଓ ସହଯୋଗପୂର୍ଣ୍ଣ ସମ୍ପର୍କ ବଜାୟ ରଖିବା ବିଷୟରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ବ୍ରିଟେନ୍ ଚୀନ୍କୁ ବହୁତ କିଛି ଦେଇପାରିବ
ବ୍ରିଟିଶ ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିଟେନ୍ ଚୀନ୍କୁ ବହୁତ କିଛି ଦେଇପାରିବ। ଚୀନ୍ ସହିତ ବ୍ରିଟେନର ବଢୁଥିବା ଘନିଷ୍ଠତା ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ମଧ୍ୟରେ ଷ୍ଟାର୍ମରଙ୍କ ଏହି ମନ୍ତବ୍ୟ ଆସିଛି। ଆଠ ବର୍ଷ ମଧ୍ୟରେ ଏହା ଜଣେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ତାଙ୍କର ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଅନେକ ପାଶ୍ଚାତ୍ୟ ଦେଶ, ଆମେରିକାର ନୀତିରେ ଅସନ୍ତୁଷ୍ଟ ହୋଇ ଚୀନ୍ ସହିତ ନିଜନିଜର ସମ୍ପର୍କ ବୃଦ୍ଧି କରୁଛନ୍ତି। ଫ୍ରାନ୍ସ, କାନାଡା ଓ ଫିନଲାଣ୍ଡର ନେତାମାନେ ଗତ କିଛି ସପ୍ତାହ ମଧ୍ୟରେ ଚୀନ୍ ଗସ୍ତ କରିଛନ୍ତି। ଟ୍ରମ୍ପ ଚୀନ୍ ସହିତ କାନାଡାର ସମ୍ପର୍କ ନେଇ ନକାରାତ୍ମକ ମନ୍ତବ୍ୟ ଦେବା ପରେ ଷ୍ଟାର୍ମର ଏହାକୁ ଖଣ୍ଡନ କରି କହିଛନ୍ତି ଯେ, ଆଗାମୀ କିଛି ମାସ ମଧ୍ୟରେ ଟ୍ରମ୍ପ ବି ଚୀନ୍ ଗସ୍ତ କରିବେ ବୋଲି ଆଶା କରାଯାଉଛି
ଆମେରିକା ଓ ବ୍ରିଟେନ ଘନିଷ୍ଠ ସହଯୋଗୀ
ଏକ ବ୍ରିଟିଶ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଷ୍ଟାର୍ମର କହିଛନ୍ତି, ଆମେରିକା ଓ ବ୍ରିଟେନ ଘନିଷ୍ଠ ସହଯୋଗୀ । ସେଥିପାଇଁ ଆମେ ଚୀନ୍ ଆସିବା ପୂର୍ବରୁ ତାଙ୍କ ଦଳ ସହିତ ଏହି ଗସ୍ତ ବିଷୟରେ ଆଲୋଚନା କରିଥିଲୁ। ସେ କହିଛନ୍ତି, ମୁଁ ଭାବୁନାହିଁ ଯେ, ବ୍ରିଟେନ ଆଖି ବନ୍ଦ କରିବା ବୁଦ୍ଧିମାନର କାମ ହେବ। ଚୀନ୍ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି। ଅନ୍ୟପକ୍ଷରେ, ଟ୍ରମ୍ପଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ, ବେଜିଂର ବୈଦେଶିକ ମନ୍ତ୍ରଣାଳୟ କହିଛି, ଚୀନ୍ ପାରସ୍ପରିକ ଲାଭ ଓ ସ୍ୱାର୍ଥ ପାଇଁ ସମସ୍ତ ଦେଶ ସହିତ ସହଯୋଗକୁ ସୁଦୃଢ଼ ​​କରିବାକୁ ସବୁବେଳେ ପ୍ରସ୍ତୁତ ରହିଛି
ଷ୍ଟାର୍ମର-ଜିନପିଙ୍ଗ୍ ଭେଟ
ଷ୍ଟାର୍ମର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କ ସମେତ ଶୀର୍ଷ ନେତାମାନଙ୍କୁ ଭେଟିଛନ୍ତି। ଉଭୟ ପକ୍ଷ ଘନିଷ୍ଠ ସମ୍ପର୍କର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଷ୍ଟାର୍ମର ୟୁକେ ଓ ଚୀନ୍ ବାଣିଜ୍ୟ ପ୍ରତିନିଧିମାନଙ୍କୁ କହିଛନ୍ତି, ଯେ ଦୁଇ ପକ୍ଷ ସକାରାତ୍ମକ ଆଲୋଚନା କରିଛନ୍ତି । ବ୍ୟାଙ୍କ ଅଫ୍ ଚାଇନାରେ ଅନୁଷ୍ଠିତ ୟୁକେ-ଚୀନ୍ ବ୍ୟବସାୟ ଫୋରମରେ ଏକ ସଂକ୍ଷିପ୍ତ ଭାଷଣରେ ସେ କହିଥିଲେ ଯେ ବ୍ରିଟେନ ପାଖରେ ବହୁତ କିଛି ଦେବା ପାଇଁ ଅଛି ବୋଲି ଷ୍ଟାର୍ମର କହିଛନ୍ତି।
ଆହୁରି ପଢ଼ନ୍ତୁ: US-Iran Tensions: ଆମେରିକା ଓ ଇରାନ ମଧ୍ୟରେ ବଡ଼ ଯୁଦ୍ଧ ଆଶଙ୍କା ନେଇ ଭୟରେ ଆରବ ଦେଶ: ଟ୍ରମ୍ପ କହିଲେ ମୁଁ ଯୁଦ୍ଧ ଚାହୁଁନାହିଁ
Follow Us