ଅପଦସ୍ତ ହେଲେ ୟୁନୁସ, ଭେଟିବାକୁ ମନା କଲେ ବ୍ରିଟିସ ପ୍ରଧାନମନ୍ତ୍ରୀ

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ତାଙ୍କ ୟୁକେ ଗସ୍ତରେ ଏକ ବଡ଼ କୂଟନୈତିକ ଝଟକା ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ତାଙ୍କୁ ଭେଟିବାକୁ ସିଧାସଳଖ ମନା କରିଦେଇଛନ୍ତି।

yunus

ଲଣ୍ଡନ: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ତାଙ୍କ ୟୁକେ ଗସ୍ତରେ ଏକ ବଡ଼ କୂଟନୈତିକ ଝଟକା ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ତାଙ୍କୁ ଭେଟିବାକୁ ସିଧାସଳଖ ମନା କରିଦେଇଛନ୍ତି।

ବ୍ରିଟିସ ସରକାରୀ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କର ୟୁନୁସଙ୍କୁ ଭେଟିବାର କୌଣସି ଯୋଜନା ନାହିଁ। ତେବେ ସେମାନେ ଏ ବିଷୟରେ ଅଧିକ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି। ୟୁନୁସ ବର୍ତ୍ତମାନ ଚାରି ଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି ଏବଂ ବୁଧବାର ସେ ତାଙ୍କ ହୋଟେଲରେ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା ଜୋନାଥନ ପାୱେଲଙ୍କୁ ଭେଟିଥିଲେ। ୟୁନୁସଙ୍କ ୟୁକେ ଗସ୍ତକୁ ନେଇ ବାଂଲାଦେଶର ସ୍ଥାନୀୟ ଗଣମାଧ୍ୟମରେ ବହୁତ ଚର୍ଚ୍ଚା ଏବଂ ପ୍ରଚାର ହୋଇଥିଲା। ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, କିନ୍ତୁ ୟୁନୁସ ନିଜେ ଏକ ବ୍ରିଟିଶ ଖବରକାଗଜକୁ ଦେଇଥିବା ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ ଷ୍ଟାରମର ତାଙ୍କୁ ଭେଟିବାକୁ ରାଜି ହୋଇ ନାହାଁନ୍ତି।

ଗତ ମାସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ୟୁନୁସଙ୍କୁ ଭେଟିବାକୁ ମନା କରିଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe