୪୧୧ ଦିନ ଧରି କୋଭିଡ୍‌ରେ ପୀଡ଼ିତ ବ୍ୟକ୍ତିଙ୍କୁ ସୁସ୍ଥ କରିଦେଲେ ବ୍ରିଟିସ୍‌ ଗବେଷକ

୪୧୧ ଦିନ ଧରି କୋଭିଡ୍‌ରେ ପୀଡ଼ିତ ବ୍ୟକ୍ତିଙ୍କୁ ସୁସ୍ଥ କରିଦେଲେ ବ୍ରିଟିସ୍‌ ଗବେଷକ

Image Courtesy of NDTV

ପ୍ୟାରିସ୍‌: ଦୀର୍ଘ ୪୧୧ ଦିନ ଧରି କୋଭିଡ୍‌ରେ ପୀଡ଼ିତ ଥିବା ଜଣେ ବ୍ୟକ୍ତିଙ୍କୁ ସୁସ୍ଥ କରି ଦେଇଥିବା କଥା ଶୁକ୍ରବାର ଦିନ ବ୍ରିଟିସ୍‌ ଗବେଷକମାନେ କହିଛନ୍ତି। ସଠିକ ଉପଚାର ବାହାର କରିବା ନିମନ୍ତେ ଗବେଷକମାନେ ରୋଗୀ ଶରୀରରେ ଥିବା ଉକ୍ତ କରୋନାଭାଇରସ୍‌ର ‘ଗୁଣସୂତ୍ର କୋଡ୍‌’ର ବିଶ୍ଳେଷଣ କରିଥିଲେ।

ସାଧାରଣତଃ, ରୋଗନିବାରକ ଶକ୍ତି ଦୁର୍ବଳ ହୋଇପଡ଼ିଥିବା ଅଳ୍ପ କେତେଜଣ ରୋଗୀଙ୍କଠାରେ ‘ପର୍ସିସେଣ୍ଟ୍‌ କୋଭିଡ୍‌ ଇନ୍‌ଫେକସ୍‌ନ୍‌’ (ସଂକ୍ରମଣ ନ ଛାଡ଼ିବା) ଦେଖାଯାଇଥାଏ।

‘ଗାଇଜ୍‌ ଆଣ୍ଡ୍‌ ସେଣ୍ଟ୍‌ ଟୋମାସ୍‌ସ୍‌ ଏନ୍‌ଏଚ୍‌ଏସ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌’ରେ ସଂକ୍ରାମକ ରୋଗ ବିଶେଷଜ୍ଞ ଥିବା ଡାକ୍ତର ଲ୍ୟୁକ୍‌ ସ୍ନେଲ୍‌ କହିଛନ୍ତି, ଉପରୋକ୍ତ ରୋଗୀମାନେ ମାସ ମାସ ଏମିତି କି, ବର୍ଷ ବର୍ଷ ଧରି ସବୁ ସମୟରେ କ‌ୋଭିଡ୍‌ ପଜିଟିଭ୍‌ ରହିଥାଆନ୍ତି।

publive-image Image Courtesy of Gulf News

୧୩ ମାସରୁ ଅଧିକ ସମୟ ସଂକ୍ରମିତ ରହିବା ପରେ ଉକ୍ତ ୫୯ ବର୍ଷିୟ ରୋଗୀଜଣକ କିପରି ଆରୋଗ୍ୟ ହେଲେ, ତାହା ‘କ୍ଲିନିକାଲ୍‌ ଇନ୍‌ଫେକ୍‌ସିୟସ୍‌ ଡିଜିଜ୍‌’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ନୂତନ ଅଧ୍ୟୟନରେ ‘ଗାଇଜ୍‌ ଆଣ୍ଡ୍‌ ସେଣ୍ଟ୍‌ ଟୋମାସ୍‌ସ୍‌ ଏନ୍‌ଏଚ୍‌ଏସ୍‌ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌’ ଓ ‘କିଙ୍ଗ୍‌ସ୍‌ କଲେଜ୍‌ ଲଣ୍ଡନ୍‌’ର ଗବେଷକ ଦଳ ବର୍ଣ୍ଣନା କରିଛନ୍ତି।

କିଡ୍‌ନି ପ୍ରତିରୋପଣ ଯୋଗୁଁ  ରୋଗ ନିବାରକ ଶକ୍ତି ଦୁର୍ବଳ ହୋଇପଡ଼ିଥିବା ଉକ୍ତ ବ୍ୟକ୍ତିଜଣକ ୨୦୨୦ ଡିସେମ୍ବର ମାସରେ କୋଭିଡ୍‌ ଆକ୍ରାନ୍ତ ହୋଇଥିଲେ ଓ ଚଳିତ ବର୍ଷ ଜାନୁଆରି ପର୍ଯ୍ୟନ୍ତ ‘ପଜିଟିଭ୍‌’ ଆସୁଥିଲେ।

ସେ ଥରକୁ ଥର କୋଭିଡ୍‌ଦ୍ବାରା ଆକ୍ରାନ୍ତ ହେଉଛନ୍ତି ନା, ତାଙ୍କ ଦେହରୁ ସଂକ୍ରମଣ ଛାଡୁନାହିଁ, ସେ କଥା ଜାଣିବା ଲାଗି ଗବେଷକମାନେ ‘ନାନୋପୋର୍‌ ସିକ୍ବେନ୍‌ସିଙ୍ଗ୍‌ ଟେକ୍ନୋଲୋଜି’ରେ ‘ରାପିଡ୍‌ ଜେନେଟିକ୍‌ ଆନାଲିସିସ୍‌’ କରିଥିଲେ।

୨୪ ଘଣ୍ଟା ମଧ୍ୟରେ ଫଳାଫଳ ଦେଖାଉ ଥିବା ଉକ୍ତ ପରୀକ୍ଷାରୁ ଜଣାପଡ଼ିଲା ଯେ, ବ୍ୟକ୍ତିଜଣକ ‘ବି.୧ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ଯାହା ୨୦୨୦ ଶେଷ ଭାଗରେ ପ୍ରାଧାନ୍ୟ ବିସ୍ତାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe