ସର୍ବବୃହତ୍ ମାଲବାହୀ ବିମାନରେ ଭାରତକୁ ୩ ଅକ୍ସିଜେନ୍‌ ପ୍ଲାଣ୍ଟ ପଠାଇଲା ବ୍ରିଟେନ

Advertisment

୧୦୦୦ ଭେଣ୍ଟିଲେଟର ବି ପଠାଇଛି

୧୦୦୦ ଭେଣ୍ଟିଲେଟର ବି ପଠାଇଛି

ସର୍ବବୃହତ୍ ମାଲବାହୀ ବିମାନରେ ଭାରତକୁ ୩ ଅକ୍ସିଜେନ୍‌ ପ୍ଲାଣ୍ଟ ପଠାଇଲା ବ୍ରିଟେନ

ନୂଆଦିଲ୍ଲୀ: ବିପଦ ସମୟରେ ଭାରତକୁ ସହାୟତାର ହାତ ବଢ଼ାଇଛି ବ୍ରିଟେନ। କରୋନା ମହାମାରୀର ଦ୍ବିତୀୟ ଲହରରେ ଭାରତ ଛଟପଟ ହେଉଥିବା‌ବେଳେ ବ୍ରିଟେନ ବିଶ୍ବର ସର୍ବବୃହତ୍ ମାଲବାହୀ ବିମାନ 'ଆଣ୍ଟୋନୋଭ ୧୨୪'ରେ ୩ଟି ଅକ୍ସିଜେନ୍ ପ୍ଲାଣ୍ଟ ସମେତ ୧୦୦୦ଟି ଭେଣ୍ଟିଲେଟର ପଠାଇଛି। ଉତ୍ତର ଆୟର୍ଲ୍ୟାଣ୍ଡର ବେଲ୍‌ଫାଷ୍ଟ୍‌ ବିମାନ ବନ୍ଦରରେ ଉକ୍ତ ବିମାନରେ ଶୁକ୍ରବାର ରାତିରେ ୧୮ ଟନ ଓଜନ ବିଶିଷ୍ଟ ୩ଟି ଅକ୍ସିଜେନ ପ୍ଲାଣ୍ଟ ଭର୍ତ୍ତି କରାଯାଇଛି। ରବିବାର ସକାଳ ୮ଟାରେ ଏହି ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଭାରତକୁ ଉକ୍ତ ଜୀବନ ରକ୍ଷାକାରୀ ସାମଗ୍ରୀ ପ୍ରେରଣ ପାଇଁ ବ୍ରିଟେନର ବିଦେଶ, ରାଜ୍ୟାଗୋଷ୍ଠୀ ଏବଂ ବିକାଶ କାର୍ଯ୍ୟାଳୟ (ଏଫ୍‌ସିଡିଓ) ପାଣ୍ଠି ଯୋଗାଇ ଦେଇଛି।

ଭାରତରେ ଏହି ଅକ୍ସିଜେନ୍ ପ୍ଲାଣ୍ଟ ଓ ଭେଣ୍ଟିଲେଟର ପହଞ୍ଚିବା ପରେ ସେଗୁଡ଼ିକୁ ଭାରତୀୟ ରେଡ୍‌କ୍ରସ୍‌କୁ ହସ୍ତାନ୍ତର କରାଯିବ। ରେଡକ୍ରସ ପକ୍ଷରୁ ସେଗୁଡ଼ିକୁ ବିଭିନ୍ନ ହସ୍ପିଟାଲରେ ସ୍ଥାପନ କରାଯିବ। ପ୍ରତ୍ୟେକ ଅକ୍ସିଜେନ ଜେନେରେଟରର ଆକାର ୪୦ ଫୁଟ ଫ୍ରେଟ୍ କଣ୍ଟେନର ସହ ସମାନ। ପ୍ରତ୍ୟେକ ପ୍ଲାଣ୍ଟରୁ ମିନିଟକୁ ୫୦୦ ଲିଟର ଅକ୍ସିଜେନ୍ ଉତ୍ପାଦନ କରାଯାଇ ପାରିବ, ଯାହାକୁ କି ଏକସଙ୍ଗରେ ୫୦ ଜଣ ରୋଗୀଙ୍କୁ ଯୋଗାଇ ଦେବା ପାଇଁ ପର୍ଯ୍ୟାପ୍ତ ବୋଲି କୁହାଯାଉଛି।

ଏହି ପରିପ୍ରେକ୍ଷୀରେ ବ୍ରିଟେନର ବିଦେଶ ସଚିବ ଡୋମିନିକ୍ ରାବ୍‌ କହିଛନ୍ତି, ତାଙ୍କ ଦେଶ ଉତ୍ତର ଆୟର୍ଲ୍ୟାଣ୍ଡରୁ ଭାରତକୁ ବଳକା ଅକ୍ସିଜେନ୍ ଜେନେରେଟର ପଠାଉଛି। ଏହି ଜୀବନ ରକ୍ଷାକାରୀ ଉପକରଣ ଭାରତରେ ହସ୍ପିଟାଲ ଗୁଡ଼ିକରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଅମ୍ଳଜାନ ଯୋଗାଇବାରେ ସହାୟକ ହେବ। ଏହି ମହାମାରୀର ମୁକାବିଲା କରିବା ପାଇଁ ଭାରତ ଏବଂ ବ୍ରିଟେନ ମିଳିତଭାବେ କାର୍ଯ୍ୟ ଜାରି ରଖିଛନ୍ତି। ଆମେ ସମେସ୍ତ ନିରାପଦ ନରହିବା ପର୍ଯ୍ୟନ୍ତ କେହି ନିରାପଦ ନୁହନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe