ଦିଲ୍ଲୀରେ କୋଭିଡ୍‌ର କାୟା ବିସ୍ତାର ପଛରେ ୟୁକେ ଷ୍ଟ୍ରେନ୍‌: ରିପୋର୍ଟ

ଦିଲ୍ଲୀରେ କୋଭିଡ୍‌ର କାୟା ବିସ୍ତାର ପଛରେ ୟୁକେ ଷ୍ଟ୍ରେନ୍‌: ରିପୋର୍ଟ

ନୂଆଦିଲ୍ଲୀ: ୟୁକେ ଷ୍ଟ୍ରେନ୍‌ ବା ବ୍ରିଟେନର ଭୂତାଣୁ ଦିଲ୍ଲୀରେ କୋଭିଡ୍‌ ଆକାନ୍ତଙ୍କ ସଂଖ୍ୟା ବୃଦ୍ଧି ପଛର ମୁଖ୍ୟ କାରଣ ବୋଲି ନମୁନା ବିଶ୍ଳେଷଣରୁ ଜଣାପଡିଛି। ନ୍ୟାସନାଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ (ଏନସିଡିସି) ଦ୍ୱାରା ପ୍ରକାଶିତ ତଥ୍ୟରେ କୁହାଯାଇଛି ଯେ ଦିଲ୍ଲୀରେ ୟୁକେ ଷ୍ଟ୍ରେନ୍‌ର ୪୦୦ରୁ ଅଧିକ ମାମଲା ଏବଂ ଭାରତୀୟ ଡବଲ ମ୍ୟୁଟାଣ୍ଟର ୭୬ଟି ମାମଲା ଦେଖିବାକୁ ମିଳିଛି।

ଭାରତରେ ସମୁଦାୟ ୧,୬୪୪ଟି ୟୁକେ ଷ୍ଟ୍ରେନ୍‌ ମାମଲା, ୧୧୨ଟି ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ୍‌, ବ୍ରାଜିଲର ଷ୍ଟ୍ରେନ୍‌ ମଧ୍ୟରୁ ଗୋଟିଏ ଏବଂ ୭୩୨ଟି ଭାରତୀୟ ଡବଲ୍‌ ମ୍ୟୁଟାଣ୍ଟ ଷ୍ଟ୍ରେନ୍‌ର ମାମଲା ରହିଥିବା ଦେଖିବାକୁ ମିଳିଛି। ତେବେ, ଗତ ମାର୍ଚ୍ଚରେ ଦିଲ୍ଲୀର ନମୁନାରେ ୟୁକେ ଷ୍ଟ୍ରେନ୍‌ ମାମଲା ପ୍ରାୟ ଦ୍ୱିଗୁଣିତ ହୋଇ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଦିଲ୍ଲୀର କୋଭିଡ୍‌ ମାମଲା ବୃଦ୍ଧି ପଛରେ ୟୁକେ ଷ୍ଟ୍ରେନ୍‌ର ସିଧାସଳଖ ସମ୍ପର୍କ ରହିଛି ବୋଲି ଏନଆରସିସିର ନିର୍ଦ୍ଦେଶକ ସୁଜିତ କୁମାର ସିଂ କହିଛନ୍ତି।

publive-image

ସେ କହିଛନ୍ତି ଯେ ଦିଲ୍ଲୀରେ ଭିନ୍ନ ପ୍ରକାରର ଦୃଶ୍ୟ ରହିଛି। ବ୍ରିଟେନ ପ୍ରଜାତି ଏବଂ ଇ୧୬୧୭ (ଡବଲ୍‌ ମ୍ୟୁଟେସନ୍‌) ଭୂତାଣୁର ଉପସ୍ଥିତି ଦିଲ୍ଲୀରେ ରହିଛି। କିନ୍ତୁ ଆମେ ମାର୍ଚ୍ଚ ୨ରେ ବ୍ରିଟେନ ପ୍ରଜାତିର ମାମଲାରେ ୨୮ ପ୍ରତିଶତରୁ ବୃଦ୍ଧି ପାଇଥିବାର ଦେଖିଛୁ ଏବଂ ମାର୍ଚ୍ଚର ଶେଷ ସପ୍ତାହରେ ଏହା ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। କୋଭିଡ୍‌ ସଂଖ୍ୟା ବୃଦ୍ଧି ସହିତ ଏହା ପ୍ରତ୍ୟକ୍ଷ ଭାବରେ ଜଡ଼ିତ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe