ଲଣ୍ଡନ୍: ରୁଷୀୟ ଆକ୍ରମଣକୁ ମୁକାବିଲା କରିବା ପାଇଁ ବ୍ରିଟେନ୍ ୟୁକ୍ରେନ୍କୁ ୬୦୦୦ କ୍ଷେପଣାସ୍ତ୍ର ଯୋଗାଇ ଦେବା ସହ ଯୁଦ୍ଧାଞ୍ଚଳରୁ ଖବର ସଂଗ୍ରହ ନିମନ୍ତେ ‘ବିବିସି’କୁ ସାହାଯ୍ୟ କରିବାକୁ ଓ ୟୁକ୍ରେନୀୟ ସୈନିକ ଏବଂ ପାଇଲଟ୍ମାନଙ୍କ ବେତନ ବାବଦକୁ ପ୍ରାୟ ୪୦ ନିୟୁତ ଡଲାର୍ ପ୍ରଦାନ କରିବ।
ଆଜି ‘ନାଟୋ’ ଏବଂ ‘ଜି୭ ନେତାମାନଙ୍କ’ ବୈଠକରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏହି ନୂଆ ସହାୟତା ପ୍ୟାକେଟ୍ ଘୋଷଣା କରିବେ ବୋଲି ବୁଧବାର ଦିନ ତାଙ୍କ ଅଫିସ୍ ସୂଚନା ଦେଇଛି।
Image Courtesy of Yahoo News UKପ୍ରଧାନମନ୍ତ୍ରୀ ଜନ୍ସନ୍ କହିଛନ୍ତି, ୟୁକ୍ରେନ୍ ସେନାକୁ ସୁଦୃଢ଼ ଏବଂ ଆର୍ଥିକ ପରିସ୍ଥିତକୁ ଉନ୍ନତ କରିବା ଲାଗି ଇଂଲଣ୍ଡ୍ ନିଜ ମିତ୍ର ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ କରିବ। ମାସେ ହେବ ଚାଲିଥିବା ଏହି ସଙ୍କଟ ଯୋଗୁଁ ଆନ୍ତର୍ଜାତିକ ସମୁଦାୟ ପାଇଁ ସଦ୍ଧାନ୍ତ ନେବାର ସମୟ ଆସିଛି। ଆମେ ୟୁକ୍ରେନ୍ ସ୍ବାଧୀନତାର ବହ୍ନି ପ୍ରଜ୍ଜ୍ବଳିତ କରି ରଖିବା ପାରିବା। ନଚେତ ସମଗ୍ର ୟୁରୋପ୍ ଏବଂ ବିଶ୍ବ ବିପଦରେ ପଡ଼ିବ।
Image Courtesy of iNewsଘୋଷଣା ହେବାକୁ ଥିବା ପ୍ୟାକେଜ୍ର ଅଂଶ ଭାବେ ଇଂଲଣ୍ଡ୍ ୟୁକ୍ରେନୀୟ ସେନାବାହିନୀ ପାଇଁ ୬୦୦୦ କ୍ଷେପଣାସ୍ତ୍ର ଏବଂ ୨୫ ନିୟୁତ ପାଉଣ୍ଡ୍ ଆର୍ଥିକ ସହାୟତା ଯୋଗାଇ ଦେବ। ଏହାଛଡ଼ା, ୟୁକ୍ରେନୀୟ ଏବଂ ରୁଷୀୟ ଭାଷାରେ ସମ୍ବାଦ ପରିବେଶଣ କରୁଥିବା ‘ବିବିସି ୱାର୍ଲଡ୍ ସର୍ଭିସ୍’କୁ ୪.୧ ନିୟୁତ ପାଉଣ୍ଡ୍ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ଏହି ଅର୍ଥରେ ସେମାନେ ଯୁଦ୍ଧ ସଂକ୍ରାନ୍ତ ବିଭ୍ରାନ୍ତିକର ଖବରଗୁଡ଼ିକୁ ମଧ୍ୟ ପ୍ରତିହତ କରିବେ।
Follow Us