ୟୁକ୍ରେନ୍‌-ରୁଷ୍‌ ଉତ୍ତେଜନା ବେଳେ କୃଷ୍ଣସାଗର ଅଭିମୁଖେ ଇଂଲଣ୍ଡ୍‌ର ଯୁଦ୍ଧପୋତ: ରିପୋର୍ଟ

Advertisment
ୟୁକ୍ରେନ୍‌-ରୁଷ୍‌ ଉତ୍ତେଜନା ବେଳେ କୃଷ୍ଣସାଗର ଅଭିମୁଖେ ଇଂଲଣ୍ଡ୍‌ର ଯୁଦ୍ଧପୋତ: ରିପୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ୟୁକ୍ରେନ୍‌ ଏବଂ ରୁଷ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ମେ ମାସରେ କେତେକ ବ୍ରିଟିସ୍‌ ଯୁଦ୍ଧପୋତ କୃଷ୍ଣସାଗର ଅଭିମୁଖେ ଯାତ୍ରା କରିବ ବୋଲି ନୌସେନାସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ସନ୍‌ଡେ ଟାଇମ୍‌ସ୍‌’ ଖବରକାଗଜ ରିପୋର୍ଟ କରିଛି।

ୟୁକ୍ରେନ୍‌ ଓ ବ୍ରିଟେନ୍‌ର ‘ନାଟୋ’ ମୈତ୍ରୀକୁ ସମର୍ଥନ ଦର୍ଶାଇବା ଉଦ୍ଦେଶ୍ୟରେ କୃଷ୍ଣସାଗରରେ ଏହି ଯୁଦ୍ଧପୋତ ମୁତୟନ କରାଯିବ ବୋଲି ଉପରୋକ୍ତ ଖବରକାଗଜ ଲେଖିଛି।

ଲଢୁଆ ବିମାନ ନିରୋଧୀ କ୍ଷେପଣାସ୍ତ୍ର ଥିବା ‘ଟାଇପ୍‌ ୪୫ ଡେଷ୍ଟ୍ରୟର୍‌’ ଏବଂ ବୁଡ଼ାଜାହାଜ ବିଧ୍ୱଂସୀ ‘ଟାଇପ୍‌ ୨୩ ଫ୍ରିଗେଟ୍‌’ ଭୂମଧ୍ୟ ସାଗରରେ ଥିବା ‘ରୟାଲ୍‌ ନେଭି’ର ‘କ୍ୟାରିୟର୍‌ ଟାସ୍କ୍‌ ଗ୍ରୁପ୍‌’ରୁ ବୋସ୍‌ଫୋରସ୍‌ ପ୍ରଣାଳୀ ଦେଇ କୃଷ୍ଣସାଗର ମଧ୍ୟକୁ ପ୍ରବେଶ କରିବେ।

publive-image Image Courtesy of RT

କୃଷ୍ଣସାଗରରେ ଏହି ଯୁଦ୍ଧପୋତମାନଙ୍କୁ ସାହାଯ୍ୟ କରିବା ଲାଗି ରହିବ ‘ଏଚ୍‌ଏମ୍‌ଏସ୍‌ କୁଇନ୍‌ ଏଲିଜାବେଥ୍‌’ ନାମକ ଜାହାଜ। ଏଥିରେ ରହିଛି ‘ଆର୍‌ଏଏଫ୍‌-୩୫ବି ଲାଇଟ୍‌ନିଙ୍ଗ୍‌ ଷ୍ଟିଲ୍‌ଥ୍‌ ଜେଟ୍‌’ ଏବଂ ‘ମର୍ଲିନ୍‌ ସବ୍‌ମେରାଇନ୍‌-ହଣ୍ଟିଙ୍ଗ୍‌ ହେଲିକପ୍ଟର୍‌’।

ସୀମାନ୍ତ ଅଞ୍ଚଳରେ ରୁଷୀୟ ସୈନ୍ୟ ଏକତ୍ର ହେଉଥିବାରୁ ମସ୍କୋ ଓ କିୟିଭ୍‌ ମଧ୍ୟରେ କ୍ରମଶଃ ଉତ୍ତେଜନା ବୃଦ୍ଧି ପାଉଛି। ଏହା ବ୍ୟତିରେକେ, ପୂର୍ବ ୟୁକ୍ରେନ୍‌ରେ ସେନା ଓ ରୁଷ୍‌ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ଚାଲିଛି।

ଇଂଲଣ୍ଡ୍‌ର ପ୍ରତିରକ୍ଷା ମନ୍ତ୍ରାଳୟରୁ କୌଣସି ମନ୍ତବ୍ୟ ମିଳି ନ ଥିଲେ ସୁଦ୍ଧା ମନ୍ତ୍ରାଳୟର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ପରସ୍ଥିତି ଅନୁଧ୍ୟାନ ନିମନ୍ତେ ଇଂଲଣ୍ଡ୍‌ ସରକାର ୟୁକ୍ରେନ୍‌ ସହ ମିଶି କାର୍ଯ୍ୟ କରିବା ସହ ସୈନ୍ୟ ଅପସାରଣ ନିମନ୍ତେ ରୁଷ୍‌ ସଂଗେ ଆଲୋଚନା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe