ଗୋଆରେ ପୁରୁଷ ସାଥୀଙ୍କ ସାମ୍ନାରେ ବ୍ରିଟେନ ମହିଳାଙ୍କୁ ଦୁଷ୍କର୍ମ

Advertisment
ଗୋଆରେ ପୁରୁଷ ସାଥୀଙ୍କ ସାମ୍ନାରେ ବ୍ରିଟେନ ମହିଳାଙ୍କୁ ଦୁଷ୍କର୍ମ

Image Courtesy: MidDay

ପାନାଜୀ: ଗୋଆର ଆରାମବୋଲ ବେଳାଭୂମି ନିକଟରେ ଜଣେ ବ୍ରିଟିଶ ମହିଳାଙ୍କୁ ଜଣେ ସ୍ଥାନୀୟ ବ୍ୟକ୍ତି ତାଙ୍କ ପୁରୁଷ ସାଥୀଙ୍କ ସାମ୍ନାରେ ମାଲିସ କରିବା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ଦିନ ଏ ଘଟଣା ସଂପର୍କରେ ସୂଚନା ଦେଇ ପୁଲିସ କହିଛି ଯେ ଅଭିଯୁକ୍ତ, ସ୍ଥାନୀୟ ବାସିନ୍ଦା ଭିନସେଣ୍ଟ ଡିସୁଜା (୩୨) ବେଆଇନ ଭାବରେ ଉତ୍ତର ଗୋଆ ଜିଲ୍ଲାର ଆରାମବୋଲ ବେଳାଭୂମି ଅଞ୍ଚଳରେ ମାଲିସ୍‌ ସେବା ପ୍ରଦାନ କରୁଥିଲା। ଏହି ସେବା ଆନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଥିବରୁ ମହିଳା ଜଣକ ମାଲିସ ଲାଗି ଅନୁମତି ଦେଇ ଦୁଷ୍କର୍ମର ଶିକାର ହୋଇଥିଲେ । ଅଭିଯୁକ୍ତ ଜଣକ ଅତୀତରେ ଜଣେ ସ୍କୁଲ ଲାଇବ୍ରେରିଆନ୍‌ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା ବୋଲି ପୁଲିସ କହିଛି। ପର୍ନେମ ପୁଲିସ ସୋମବାର ଅଭିଯୁକ୍ତକୁ ଗିରଫ କରିଛି।

ସଂପ୍ରତି ଗୋଆ ପରିଭ୍ରମଣରେ ଆସିଥିବା ବ୍ରିଟେନର ମଧ୍ୟବୟସ୍କା ମହିଳାଙ୍କ ଦ୍ୱାରା ପୁଲିସ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ସେ ପୁରୁଷ ସାଥୀଙ୍କ ସହ ସମୁଦ୍ର କୂଳ ନିକଟରେ ଅବସ୍ଥିତ ମିଠା ଜଳ ହ୍ରଦ ନିକଟରେ ଶୋଇଥିବା ବେଳେ ତାଙ୍କୁ ମାଲିସ୍‌ ଦେବା ବାହାନାରେ ଅଭିଯୁକ୍ତ ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲା। ଏହି ଘଟଣା ଜୁନ୍‌ ୨ରେ ଘଟିଥିଲା, କିନ୍ତୁ ମହିଳା ଜଣକ ସୋମବାର ପର୍ନେମ୍‌ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ବ୍ରିଟେନରେ ତାଙ୍କ ପରିବାର ସଦସ୍ୟଙ୍କ ସହ ପରାମର୍ଶ କରିବା ଏବଂ ଭାରତରେ ବ୍ରିଟିଶ ଦୂତାବାସରୁ ସହାୟତା ମାଗିବା ପରେ ସେ ପୁଲିସ୍‌ରେ ଏ ନେଇ ଅଭିଯୋଗ କରିଥିବା କହିଛନ୍ତି।

publive-image Image Courtesy: MidDay

ଅଭିଯୋଗ ପାଇବାର ଏକ ଘଣ୍ଟା ମଧ୍ୟରେ ଇନ୍‌ସପେକ୍ଟର ବିକ୍ରମ ନାୟକଙ୍କ ନେତୃତ୍ୱରେ ପର୍ନେମ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ  ଅତୀତରେ ଏକ ବିଦ୍ୟାଳୟରେ ଲାଇବ୍ରେରିଆନ ଭାବରେ ମଧ୍ୟ କାର୍ଯ୍ୟ କରିଥିଲା। ତାର ଅତୀତର ରେକର୍ଡ ସଂଗ୍ରହ କରିବା ପାଇଁ ଆମେ ସମ୍ପୃକ୍ତ ପୁଲିସ ଷ୍ଟେସନ ସହିତ ଯୋଗାଯୋଗ କରିଛୁ। ବର୍ତ୍ତମାନ, ସେ ଲାଇବ୍ରେରିଆନ୍‌ ଭାବରେ କାର୍ଯ୍ୟ କରୁନାହିଁ ବୋଲି ଅଧିକାରୀ କହିଛନ୍ତି। ସୋମବାର ରାତିରେ ଅଭିଯୁକ୍ତ ଏବଂ ପୀଡିତାଙ୍କୁ ମାପୁସା ସହରର ଜିଲ୍ଲା ଡାକ୍ତରଖାନାକୁ ଡାକ୍ତରୀ ପରୀକ୍ଷା ପାଇଁ ପଠା ଯାଇଥିଲା।

ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬ (ବଳାତ୍କାର) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ପୁଲିସ ତାକୁ ହେପାଜତରେ ନେବା ପାଇଁ ମଙ୍ଗଳବାର ସ୍ଥାନୀୟ ଅଦାଲତରେ ହାଜର କରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୁଲିସ (ପର୍ନେମ) ସିଦ୍ଧାନ୍ତ ଶିରୋଦକର ଏହି ମାମଲାର ତଦନ୍ତ ତଦାରଖ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe